ଜାନୁଆରୀ ୨୦ରେ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା
କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଏସଏସଟିଇଟି) ଆସନ୍ତା ଜାନୁଆରୀ ୨୦ରେ ଅନୁଷ୍ଠିତ ହେବ।
ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଆବେଦନ ଅବଧି ରହିଥିବାବେଳେ ଜାନୁଆରୀ ୧୦ ତାରିଖରେ ଆଡମିଟ୍ କାର୍ଡ ପ୍ରଦାନ କରାଯିବ। ତେବେ ଏହି ପରୀକ୍ଷା ମୋଟ ଦୁଇଟି ସିଟିଂରେ ହେବ। ପୂର୍ବାହ୍ଣ ୯ଟାରୁ ୧୧ଟା ୩୦ ମିନିଟ ପର୍ଯ୍ୟନ୍ତ ପ୍ରଥମ ସିଟିଂ ଏବଂ ଅପରାହ୍ଣ ୨ଟାରୁ ୪ଟା ୩୦ ମିନିଟ ପର୍ଯ୍ୟନ୍ତ ଦ୍ବିତୀୟ ସିଟିଂରେ ଆଶାୟୀ ପରୀକ୍ଷା ଦେବେ ବୋଲି ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
Powered by Froala Editor