ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟର ହାଉସ କିପିଂ ରୁମରେ ଲଗିଲା ନିଆଁ
ବାଲେଶ୍ଵର: ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ। ହସ୍ପିଟାଲର ହାଉସ କିପିଂ ରୁମରେ ନିଆଁ ଲାଗି ଯାଇଥିଲା। ଖବର ପାଇ ବାଲେଶ୍ଵର ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ରୁମ ଭିତରେ କପଡ଼ା, ହସ୍ପିଟାଲରେ ବ୍ୟବହୃତ ସାମଗ୍ରୀ ଷ୍ଟକ୍ ରହିଥିଲା। ତେବେ ସକାଳ ରୁମ ଭିତରୁ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟଲୋକେ। ତେବେ ସଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।
Powered by Froala Editor