୧୨ ହଜାର ଟଙ୍କା ହେବ ଚାଷୀଙ୍କ ମାସିକ ଆୟ
ଭୁବନେଶ୍ୱର: ଚାଷୀଙ୍କ ମାସିକ ଆୟ ହେବ ୧୨ ହଜାର ଟଙ୍କା। ବିଧାନସଭାରେ ଲିଖିତ ଉତ୍ତର ଦେଲେ କୃଷି ମନ୍ତ୍ରୀ କେଭି ସିଂଦେଓ । ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ଅଣତାରକା ପ୍ରଶ୍ନରେ ଉତ୍ତର ରଖି ଏହି ସୂଚନା ପ୍ରଦାନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ । ସର୍ବଭାରତୀୟ ସ୍ତରରେ ଜାତୀୟ ପରିସଂଖ୍ୟନ କାର୍ୟ୍ୟାଳୟର ତଥ୍ୟ ଅନୁଯାୟୀ ଆମ ରାଜ୍ୟର କୃଷକ ପରିବାରର ମାସିକ ଆୟ ୨୦୧୮-୧୯ରେ ୫, ୧୧୨ ଟଙ୍କା ଥିଲା । କୃଷକ ପରିବାର ମାସିକ ଆୟକୁ ୧୨ ହଜାର ଟଙ୍କାକୁ ବୃଦ୍ଧି କରିବା ପାଇଁ ବିକଶିତ ଓଡ଼ିଶା ୨୦୩୬ରେ ଲକ୍ଷ ରଖାଯାଇଛି । ଲିଖିତ ଉତ୍ତରରେ ଏହି ସୂଚନା ପ୍ରଦାନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ।
ନୂଆ ସରକାରରେ ହୋଇନି ଗୋଟିଏ ବି ଚାଷୀ ଆତ୍ମହତ୍ୟା । ବିଧାନସଭାରେ କଂଗ୍ରେସ ବିଧାୟକ ସାଗର ଚରଣ ଦାସଙ୍କ ଅଣତାରକା ପ୍ରଶ୍ନରେ ଲିଖିତ ଉତ୍ତର ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ।
Powered by Froala Editor