Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, April 02, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଏହି ସ୍ଥାନରେ ଲଗାଇଲେ ଆଲୋଭେରା ଗଛ, ଘରକୁ ...

  • ବିମାନରେ ଆତଙ୍କ: ମିଳିଲା ‘ଡେନ୍‌ଜର’ ...

  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

  • ୨୦୧୯ ପରେ ଭାରତରେ ପହଞ୍ଚିବ ବିଶ୍ୱର ସବୁଠୁ ...

  • ଧାନ କିଣା ଅବଧିକୁ ଆଉ ୭ ଦିନ ବୃଦ୍ଧି, ଉପକୃତ ...

  • କ୍ଷମା ମାଗି ଏମିତି କହିଲେ ନିଶିକାନ୍ତ ...

  • ଏନକାଉଣ୍ଟରରେ ଆତଙ୍କବାଦୀ ନିହତ

  • ଗୋଟିଏ ଘରୁ ୪ ସଦସ୍ୟଙ୍କ ମୃତଦେହ ଉଦ୍ଧାର

  • ରୁଷରେ ଭୟଙ୍କର ବିମାନ ଦୁର୍ଘଟଣା, ୨୯ ମୃତ

  • ବାଣିଜ୍ୟିକ ସିଲିଣ୍ଡରର ଦର ବୃଦ୍ଧି

Home ›› ››ସମ୍ମାନିତ ହେବେ ୧୬ଜଣ ଆଇକନ୍‌: ଏସଏସ୍‌ଆଇ ଭୁବନେଶ୍ୱରରେ ପାଳନ କରୁଛି ଜାତୀୟ କ୍ରୀଡା ଉକ୍ରର୍ଷ

ସମ୍ମାନିତ ହେବେ ୧୬ଜଣ ଆଇକନ୍‌: ଏସଏସ୍‌ଆଇ ଭୁବନେଶ୍ୱରରେ ପାଳନ କରୁଛି ଜାତୀୟ କ୍ରୀଡା ଉକ୍ରର୍ଷ

2025-11-30 13:26:35
16738
Share:
Facebook
Twitter
E-Mail
WhatsApp
Telegram
ସମ୍ମାନିତ ହେବେ ୧୬ଜଣ ଆଇକନ୍‌: ଏସଏସ୍‌ଆଇ ଭୁବନେଶ୍ୱରରେ ପାଳନ କରୁଛି ଜାତୀୟ କ୍ରୀଡା ଉକ୍ରର୍ଷ

ଭୁବନେଶ୍ୱର: ପୂର୍ବ ଭାରତରେ ଏହି ଧରଣର ପ୍ରଥମ କ୍ରୀଡା ବିଜ୍ଞାନ ଓ କ୍ରୀଡା ପ୍ରୋତ୍ସାହନ ସଂସ୍ଥା ଏସଏସ୍‌ଆଇ ଭୁବନେଶ୍ୱରରେ ଭାରତୀୟ କ୍ରୀଡାକୁ ନେଇ ଏକ ଉଲ୍ଲେଖନୀୟ ଉତ୍ସବ ପାଳନ କରିବାକୁ ଯାଉଛି । ଡ.ସାର୍ଥକ ପଟନାୟକ ଏବଂ ସୋ÷ମ୍ୟ ପଟନାୟକଙ୍କ ଦ୍ୱାରା ସ୍ଥାପିତ ଏସ୍‌ଏସ୍‌ଆଇ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆଗାମୀ ଡିସେମ୍ବର ୬ ତାରିଖରେ ଏସଏସ୍‌ଆଇ ସ୍ପୋର୍ଟସ୍‌ ନ୍ୟାସନାଲ ଆୱାର୍ଡସ୍‌ ଏବଂ ପରେ ପରେ ଡିସେମ୍ବର ୭ ତାରିଖରେ ଲାଇଫ୍‌ ହୋଟେଲରେ ସ୍ପୋର୍ଟସ୍‌ ସାଇନ୍ସ କନ୍‌କ୍ଲେଭ ଭଳି ଦୁଇଟି ପ୍ରମୁଖ ଜାତୀୟ କାର୍ଯ୍ୟକ୍ରମ ଆୟୋଜନ କରୁଛି । ସମ୍ମିଳିତ ଭାବରେ ଏହି କାର୍ଯ୍ୟକ୍ରମଗୁଡିକ ସାମ୍ପ୍ରତିକ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ କ୍ରୀଡା ପରିବ୍ୟବସ୍ଥା ମଧ୍ୟରେ ବୈଜ୍ଞାନିକ ପଦ୍ଧତିରେ ତାଲିମ, ଆଥଲେଟ୍‌ମାନଙ୍କର କଲ୍ୟାଣ ଏବଂ ସୁସଂଗଠିତ ସ୍ୱୀକୃତିର ବର୍ଦ୍ଧିତ ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରୁଛି । 

ପୁରସ୍କାର ପ୍ରଦାନ ସମାରୋହକୁ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, କ୍ରୀଡା ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ ଏବଂ ଅତିରିକ୍ତ ଡିଜି ତଥା ପରିବହନ କମିଶନର ଶ୍ରୀ ଅମିତାଭ ଠାକୁର ଉଦ୍‌ଘାଟନ କରିବେ । ଏଥିରେ ୧୬ଜଣ ବିଶିଷ୍ଟ ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରର କ୍ରୀଡା ବ୍ୟକ୍ତିତ୍ୱ ଏକତ୍ରିତ ହେବ, ଯେଉଁମାନଙ୍କ ମଧ୍ୟରୁ ଅନେକ ଅର୍ଜୁନ ଓ ଦ୍ରୋଣାଚାର୍ଯ୍ୟ ପୁରସ୍କାର ଲାଭ କରିସାରିଛନ୍ତି । ସେମାନଙ୍କର ଅଂଶଗ୍ରହଣ ଏସ୍‌ଏସ୍‌ଆଇ ସ୍ପୋର୍ଟସ୍‌ ନ୍ୟାସନାଲ ଆୱାର୍ଡସ୍‌ର ଏହି ସଂସ୍କରଣକୁ ରାଜ୍ୟରେ ଏଯାବତ୍‌ ଆୟୋଜିତ ହୋଇଥିବା ସବୁଠାରୁ ସମ୍ମାନଜନକ କ୍ରୀଡା ସମାବେଶ କରି ଗଢିତୋଳୁଛି ଏବଂ ଏହା ଭାରତର ଅଗ୍ରଣୀ କ୍ରୀଡା ସ୍ଥଳ ଭାବରେ ଓଡ଼ିଶାର ବର୍ଦ୍ଧିତ ଭୂମିକାକୁ ଉପସ୍ଥାପନ କରୁଛି । 

ସମ୍ମାନିତ ହେବାକୁ ଥିବା ପ୍ରମୁଖ କ୍ରୀଡା ବ୍ୟକ୍ତିତ୍ୱଙ୍କ ମଧ୍ୟରେ ଭାରତୀୟ ଆଇସ୍‌ ହକି ଟିମ୍‌ ଅନ୍ତର୍ଭୁକ୍ତ, ଯାହା ବିଶ୍ୱର ସବୁଠାରୁ କଷ୍ଟକର କ୍ରୀଡାରେ ନିଜର ମଜଭୁତପଣ ଏବଂ ଅଦମ୍ୟ ଉତ୍ସାହକୁ ନେଇ ଭାରତର ପ୍ରତିନିଧିତ୍ୱ କରୁଛନ୍ତି । ଏଥିସହିତ ରହିଛନ୍ତି ଭାରତର ଅନ୍ୟତମ ଉଜ୍ଜ୍ୱଳତମ ବ୍ୟାଡମିଣ୍ଟନ ପ୍ରତିଭା ଆୟୁଷ ସେଟ୍ଟି; ଆଇକନିକ୍‌ ସଟ୍‌-ପୁଟର୍‌, ଟ୍ରିପଲ ଅଲିମ୍ପିଆନ୍‌, ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ଏବଂ ଭାରତୀୟ ଥ୍ରୋଇଂ ଇଭେଣ୍ଟଗୁଡିକର ଏକ ମଜଭୁତ ସ୍ତମ୍ଭ ଶକ୍ତି ସିଂ; ଅଲିମ୍ପିଆନ୍‌ ସନ୍ତରଣକାରୀ ଏବଂ ଏକାଧିକ ଜାତୀୟ ରେକର୍ଡଧାରୀ ସଜନ ପ୍ରକାଶ; ଭାରତର ସର୍ବାଧିକ ଚର୍ଚ୍ଚିତ ଟେବଲ ଟେନିସ୍‌ ଚେହେରା ଅଚାନ୍ତ ଶରଥ କମଲ ଏବଂ ଜାତୀୟ ରେକର୍ଡଧାରୀ ହର୍ଡଲର ତଥା ଭାରତର ଅନ୍ୟତମ ଦ୍ରୁତତମ ଉଦୀୟମାନ ଟ୍ରାକ୍‌ ତାରକା ଜ୍ୟୋତି ୟାରାଜୀ । ଏମାନେ ସମସ୍ତେ ଉତ୍ସବରେ ଉପସ୍ଥିତ ରହିବ ସମ୍ମାନ ଗ୍ରହଣ କରିବା ସହିତ ପରବର୍ତ୍ତୀ ପିଢିଙ୍କୁ ଉତ୍ସାହ ଓ ପ୍ରେରଣା ଦେବେ । 

ଏହି କ୍ରୀଡାର ବହୁବିଧ ବିଭାଗ ଓ ଶୃଙ୍ଖଳାୋର ପ୍ରଦାନ କରାଯିବ । ଏସଏସ୍‌ଆଇ କର୍ଣ୍ଣ ପୁରସ୍କାର ବୀରତ୍ୱ, ଲକ୍ଷ୍ୟବଦ୍ଧତା ଏବଂ କ୍ରୀଡାରେ ଉତ୍ସାହର ପ୍ରତୀକ ଭାବରେ ପୈାରାଣିକ ଯୋଦ୍ଧାଙ୍କ ଅନୁସାରେ ନାମିତ କରାଯାଇଛି ଏବଂ ଏହା ଏକାଧିକ ପ୍ରମୁଖ ବିଭାଗରେ ପ୍ରଦାନ କରାଯିବ । ମିଲ୍‌ଖା ସିଂ ସ୍ପ୍ରିଣ୍ଟ ଆୱାର୍ଡ କିମ୍ବଦନ୍ତୀ ଧାବକଙ୍କ ପରିବାର ନିକଟରୁ ଯଥାଯଥ ଅନୁମତି ମିଳିବା ପରେ ପ୍ରଦାନ କରାଯାଉଛି । ଏହା ଭାରତର ଦ୍ରୁତତମ ଆଥ୍‌ଲେଟମାନଙ୍କୁ ସ୍ୱୀକୃତି ଓ ପ୍ରଶସ୍ତି ଆଣିଦେଉଛି । ଦିଲୀପ ତିର୍କୀ ଏବଂ ଶକ୍ତି ସିଂଙ୍କ ନାମରେ ନାମିତ ପୁରସ୍କାର ଯଥାକ୍ରମେ ହକି ଓ ଥ୍ରୋଇଂ ଇଭେଣ୍ଟରେ କ୍ରୀଡା ବ୍ୟକ୍ତିତ୍ୱମାନଙ୍କୁ ପ୍ରଦାନ କରାଯିବ । ଏଥିସହିତ ତୃଣମୂଳ ସ୍ତରର କାର୍ଯ୍ୟ, କୋଚିଂ କ୍ଷେତ୍ରରେ ଅବଦାନ, କ୍ରୀଡା ବିଜ୍ଞାନରେ ନବସୃଜନ ଏବଂ ଜୀବନବ୍ୟାପୀ ସେବା ଆଦିରେ ଅନେକ ସମ୍ମାନ ଏହି ଅବସରରେ ପ୍ରଦାନ କରାଯିବ । 

ଏହି କାର୍ଯ୍ୟକ୍ରମଗୁଡିକର ଗୁରୁତ୍ୱ ସମ୍ପର୍କରେ ଉଲ୍ଲେଖ କରି ଡ.ସାର୍ଥକ ପଟନାୟକ କହିଥିଲେ, “ଏସଏସ୍‌ଆଇ ସ୍ପୋର୍ଟସ୍‌ ନ୍ୟାସନାଲ ଆୱାର୍ଡସ୍‌ ଏବଂ ସ୍ପୋର୍ଟସ୍‌ ସାଇନ୍ସ କନ୍‌କ୍ଲେଭ ଭଳି କାର୍ଯ୍ୟକ୍ରମ ଭାରତରେ କ୍ରୀଡା ଓ କ୍ରୀଡା ବିଜ୍ଞାନ ସମ୍ପର୍କରେ ସଚେତନତା ସୃଷ୍ଟି ନିମନ୍ତେ ନିତାନ୍ତ ଜରୁରୀ । ଆମେ ତୃଣମୂଳ ସ୍ତରରୁ ଏକ ମଜଭୁତ ମୂଳଦୁଆ ଗଢିବା ଏବଂ ବିଶ୍ୱଶ୍ରେଣୀର ଆଥଲେଟ୍‌ ପ୍ରସ୍ତୁତ କରିବାକୁ ହେଲେ ବିଜ୍ଞାନ, ସ୍ୱୀକୃତି ଏବଂ ସୁସଂଗଠିତ ସମର୍ଥନ ଏକତ୍ର ରହିବା ଆବଶ୍ୟକ । ଓଡ଼ିଶା ପାଇଁ ଏହା ଏକ ଗର୍ବିତ ମୁହୂର୍ତ୍ତ ଯେ ୧୬ଜଣ ଜାତୀୟ ଓ ଆନ୍ତର୍ଜାତିକ କ୍ରୀଡା ବ୍ୟକ୍ତିତ୍ୱ ଭୁବନେଶ୍ୱରକୁ ଆସିବେ, ଯେଉଁମାନଙ୍କ ମଧ୍ୟରୁ ଅନେକ ଅର୍ଜୁନ ଓ ଦ୍ରୋଣାଚାର୍ଯ୍ୟ ସମ୍ମାନ ଲାଭ କରିଛନ୍ତି । ସେମାନଙ୍କର ଉପସ୍ଥିତି କ୍ରୀଡାର ବିକାଶ ଦିଗରେ ଓଡ଼ିଶାର ମଜଭୁତ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ଏବଂ ଏହା ସମଗ୍ର ରାଜ୍ୟରେ ହଜାର ହଜାର ସଂଖ୍ୟାରେ ଆଥଲେଟଙ୍କୁ ପ୍ରେରଣା ଦେବ ।”

“ଏସଏସ୍‌ଆଇ ସ୍ପୋର୍ଟସ୍‌ ଆୱାର୍ଡସ୍‌ ଏବଂ ସ୍ପୋର୍ଟସ୍‌ ସାଇନ୍ସ କନ୍‌କ୍ଲେଭ ଭାରତ ଜରୁରୀ ଆବଶ୍ୟକ କରୁଥିବା ପ୍ରଗତିଶୀଳ କ୍ରୀଡା ସଂସ୍କୃତିକୁ ବହନ କରୁଛି । ଏସଏନଏମ୍‌ ଗ୍ରୁପ୍‌ରେ ଆମେ ଉକ୍ରର୍ଷକୁ ପାଳନ କରୁଥିବା ଏବଂ କ୍ରୀଡା କ୍ଷେତ୍ରରେ ବିଜ୍ଞାନ ଆଧାରିତ ଚିନ୍ତନକୁ ଆଗେଇ ନେଉଥିବା ଏହିଭଳି ଏକ କାର୍ଯ୍ୟକ୍ରମର ସହ-ପ୍ରାୟୋଜକ ହୋଇ ଗର୍ବିତ । ଏହିଭଳି ପ୍ରୟାସଗୁଡିକ ଭାରତର ଆଥଲେଟିକ୍‌ ଅଭିବୃଦ୍ଧିରେ ଘରୋଇ କ୍ଷେତ୍ର କିଭଳି ଅର୍ଥପୂର୍ଣ୍ଣ ଅବଦାନ ରଖୁଛି, ସେ ସମ୍ପର୍କରେ ଆଲୋକପାତ କରୁଥିବାରୁ ଏଗୁଡିକୁ ଉତ୍ସାହିତ କରାଯିବା ଆବଶ୍ୟକ । ଏକ ଅଧିକ ମଜଭୁତ, ଅଧିକ ଦୀର୍ଘସ୍ଥାୟୀ କ୍ରୀଡା ପରିବ୍ୟବସ୍ଥା ନିର୍ମାଣ ଦିଗରେ ସରକାରଙ୍କ ସହିତ ସମସ୍ତ ଘରୋଇ ସଂସ୍ଥା ଆଗେଇ ଆସି ସହଯୋଗ କରିବାକୁ ମୁଁ ନିବେଦନ କରୁଛି । ସମ୍ମିଳିତ ଭାବରେ ଆମେ ଏଭଳି ଏକ ରାଷ୍ଟ୍ର ଗଠନ କରିପାରିବା ଯେଉଁଠାରେ ପ୍ରତିଭାମାନଙ୍କର ପରିପୋଷଣ କରାଯିବ, ପ୍ରଦର୍ଶନକୁ ବିଜ୍ଞାନ ଆଗେଇନେବ ଏବଂ କ୍ରୀଡା ଜାତୀୟ ବିକାଶର ଏକ ବାସ୍ତବ ମୂଳାଧାର ହୋଇପାରିବ,” ବୋଲି ଶ୍ରୀ ପ୍ରବୋଧ ମହାନ୍ତି, ଏମ୍‌ଡି, ଏସଏନଏମ୍‌ ଗ୍ରୁପ୍‌ କହିଥିଲେ ।

ଏହି ଉତ୍ସବ ପରଦିନ ମଧ୍ୟ ଜାରି ରହିବ ଏବଂ ସ୍ପୋର୍ଟସ୍‌ ସାଇନ୍ସ କନ୍‌କ୍ଲେଭରେ ବିଶାରଦ, କୋଚ, ଗବେଷକ ଏବଂ ଆଥଲେଟମାନେ ଏକତ୍ରିତ ହୋଇ ପରବର୍ତ୍ତୀ ପିଢିକୁ ତାଲିମ ପଦ୍ଧତିସମୂହ, ବାୟୋମେକାନିକ୍ସ, ପୋଷଣ, ପୁନଃସୁସ୍ଥ ହେବା, ଆଘାତ ପ୍ରତିଷେଧ ଏବଂ ଆଥଲୋକଙ୍କନଙ୍କର ପ୍ରଦର୍ଶନଗତ ବିଶ୍ଳେଷଣ ଆଦି ସମ୍ପର୍କରେ ଆଲୋଚନା କରିବେ । ଏଗୁଡିକ ଭାରତୀୟ କ୍ରୀଡାର ଭବିଷ୍ୟତକୁ ପରିଭାଷିତ କରୁଥିବା ମୁଖ୍ୟ ବିଷୟ ଭାବରେ ବିବେଚିତ ହେଉଛି । 

ସମ୍ମିଳିତ ଭାବରେ ଉକ୍ରର୍ଷକୁ ସମ୍ମାନିତ କରିବା ଏବଂ ବିଜ୍ଞାନ ଆଧାରିତ କ୍ରୀଡାର ପ୍ରଗତି ସପକ୍ଷରେ ପଦକ୍ଷେପ ନେବା ଭଳି କାର୍ଯ୍ୟକ୍ରମ ସହିତ ଏସଏସ୍‌ଆଇର ଦୁଇ ଦିନିଆ ଏହି ଆୟୋଜନ ଭୁବନେଶ୍ୱରକୁ ଜାତୀୟ କ୍ରୀଡା ମାନଚିତ୍ରରେ ଦୃଢ ଭାବରେ ଅବସ୍ଥାପିତ କରୁଛି ଏବଂ ଭାରତୀୟ କ୍ରୀଡାର ଏକ ଗନ୍ତାଘର ଭାବରେ ଓଡ଼ିଶାର ଯାତ୍ରା ପଥରେ ଏହା ଆଉ ଏକ ମାଇଲଖୁଣ୍ଟ ହେବାକୁ ଯାଉଛି ।

Powered by Froala Editor

Tags Sports Award

Related articles Odisha News Lens 4.1

  • ରୁଷରେ ଭୟଙ୍କର ବିମାନ ଦୁର୍ଘଟଣା, ୨୯ ମୃତ
    ଦେଶ-ଦେଶାନ୍ତର

    ରୁଷରେ ଭୟଙ୍କର ବିମାନ ଦୁର୍ଘଟଣା, ୨୯ ମୃତ

    14994
    Apr 01, 2026
  • ବିମାନରେ ଆତଙ୍କ: ମିଳିଲା ‘ଡେନ୍‌ଜର’ ଲେଖାଥିବା ଟିସୁ
    ଦେଶ-ଦେଶାନ୍ତର

    ବିମାନରେ ଆତଙ୍କ: ମିଳିଲା ‘ଡେନ୍‌ଜର’ ଲେଖାଥିବା ଟିସୁ

    13783
    Apr 01, 2026
  • କ୍ଷମା ମାଗି ଏମିତି କହିଲେ ନିଶିକାନ୍ତ ଦୁବେ
    ଦେଶ-ଦେଶାନ୍ତର

    କ୍ଷମା ମାଗି ଏମିତି କହିଲେ ନିଶିକାନ୍ତ ଦୁବେ

    15405
    Apr 01, 2026
  • ୨୦୧୯ ପରେ ଭାରତରେ ପହଞ୍ଚିବ ବିଶ୍ୱର ସବୁଠୁ ଶସ୍ତା ତେଲ
    ଦେଶ-ଦେଶାନ୍ତର

    ୨୦୧୯ ପରେ ଭାରତରେ ପହଞ୍ଚିବ ବିଶ୍ୱର ସବୁଠୁ ଶସ୍ତା ତେଲ

    15501
    Apr 01, 2026
  •  ଏହି ସ୍ଥାନରେ ଲଗାଇଲେ ଆଲୋଭେରା ଗଛ, ଘରକୁ ମାଡ଼ିଆସିବ ବିପଦ
    ବିଶେଷ

    ଏହି ସ୍ଥାନରେ ଲଗାଇଲେ ଆଲୋଭେରା ଗଛ, ଘରକୁ ମାଡ଼ିଆସିବ ବିପଦ

    14774
    Apr 02, 2026
  • ବାଣିଜ୍ୟିକ ସିଲିଣ୍ଡରର ଦର ବୃଦ୍ଧି
    ଦେଶ-ଦେଶାନ୍ତର

    ବାଣିଜ୍ୟିକ ସିଲିଣ୍ଡରର ଦର ବୃଦ୍ଧି

    14307
    Apr 01, 2026
  • ଗୋଟିଏ ଘରୁ ୪ ସଦସ୍ୟଙ୍କ ମୃତଦେହ ଉଦ୍ଧାର
    ଦେଶ-ଦେଶାନ୍ତର

    ଗୋଟିଏ ଘରୁ ୪ ସଦସ୍ୟଙ୍କ ମୃତଦେହ ଉଦ୍ଧାର

    13547
    Apr 01, 2026
  • ଧାନ କିଣା ଅବଧିକୁ ଆଉ ୭ ଦିନ ବୃଦ୍ଧି, ଉପକୃତ ହେବେ ଚାଷୀ
    ଦେଶ-ଦେଶାନ୍ତର

    ଧାନ କିଣା ଅବଧିକୁ ଆଉ ୭ ଦିନ ବୃଦ୍ଧି, ଉପକୃତ ହେବେ ଚାଷୀ

    15265
    Apr 01, 2026
  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି
    ବାଣିଜ୍ୟ

    ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14157
    Apr 01, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଏନକାଉଣ୍ଟରରେ ଆତଙ୍କବାଦୀ ନିହତ

    15078
    Apr 01, 2026
  • ଦେଶ-ଦେଶାନ୍ତର

    ବିମାନରେ ଆତଙ୍କ: ମିଳିଲା ‘ଡେନ୍‌ଜର’ ଲେଖାଥିବା ଟିସୁ

    13783
    Apr 01, 2026
  • ଦେଶ-ଦେଶାନ୍ତର

    ଧାନ କିଣା ଅବଧିକୁ ଆଉ ୭ ଦିନ ବୃଦ୍ଧି, ଉପକୃତ ହେବେ ଚାଷୀ

    15265
    Apr 01, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17391
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17456
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17805
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16282
    Apr 03, 2021

ବିଶେଷ

  • ଏହି ସ୍ଥାନରେ ଲଗାଇଲେ ଆଲୋଭେରା ଗଛ, ଘରକୁ ମାଡ଼ିଆସିବ ବିପଦ

    14774
    Apr 02, 2026
  • ଘରେ ଅଶାନ୍ତି ବଢ଼ାଏ ଏହି ଗଛ

    14186
    Apr 01, 2026
  • ପ୍ରତିଦିନ ଦୁଇଟି ରସୁଣ ପାଖୁଡା ଖାଆନ୍ତୁ, ଚମତ୍କାର ଦେଖନ୍ତୁ

    15657
    Mar 31, 2026
  • ଅନେକ ଔଷଧିୟ ଗୁଣରେ ଭରପୁର ରଜନୀଗନ୍ଧା ଫୁଲ

    15344
    Mar 30, 2026
  • ଓଜନ କମାଇବାର ସହଜ ଉପାୟ

    16142
    Mar 28, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15305
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15036
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15539
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13834
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବାଣିଜ୍ୟିକ ସିଲିଣ୍ଡରର ଦର ବୃଦ୍ଧି

    14307
    Apr 01, 2026
  • କ୍ଷମା ମାଗି ଏମିତି କହିଲେ ନିଶିକାନ୍ତ ଦୁବେ

    15405
    Apr 01, 2026
  • ରୁଷରେ ଭୟଙ୍କର ବିମାନ ଦୁର୍ଘଟଣା, ୨୯ ମୃତ

    14994
    Apr 01, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In