ଭୁବନେଶ୍ୱରର ବୋମାମାଡ଼ ପ୍ରସଙ୍ଗ ବିଧାନସଭାରେ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ-୩ ସାମ୍ନାରେ ବୋମାମାଡ଼ ଘଟଣା ଶୁକ୍ରବାର ବିଧାନସଭାରେ ଉଠିଛି। ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ଗୃହରେ ଏହି ପ୍ରସଙ୍ଗ ଉଠାଇ ଘଟଣାର ସତ୍ୟାସତ୍ୟ ଜଣାଇବାକୁ ଦାବି କରିଛନ୍ତି। ଏହାର ଉତ୍ତରରେ ବାଚସ୍ପତି କହିଛନ୍ତି ଯେ ଏହି ଘଟଣା ସମ୍ପର୍କରେ ଗଣଶିକ୍ଷା ମନ୍ତ୍ରୀ ତଥ୍ୟ ସଂଗ୍ରହ କରି ଗୃହକୁ ଅବଗତ କରାଇବେ।ଶୁକ୍ରବାର ସକାଳ ପ୍ରାୟ ୮ଟା ସମୟରେ କିଛି ଦୁର୍ବୃତ୍ତ କେନ୍ଦ୍ରୀୟ ବିଦ୍ୟାଳୟ-୩ ସମ୍ମୁଖରେ ବୋମାମାଡ଼ କରିଥିଲେ। ତେବେ ଏହି ଘଟଣାରେ କୌଣସି ବ୍ୟକ୍ତି କିମ୍ବା ସମ୍ପତ୍ତିର କ୍ଷତି ହୋଇନାହିଁ।
Powered by Froala Editor