କାର-କଣ୍ଟେନର ଧକ୍କା, ୩ ଆହତ
ଭୁବନେଶ୍ବର: ୧୬ ଜାତୀୟ ରାଜପଥ କୋଳଥିଆ ଛକ ନିକଟରେ ବୁଧବାର ରାତି ପ୍ରାୟ ସାଢ଼େ ୧୧ଟାରେ ଦୁର୍ଘଟଣା ଘଟିଛି। ଏକ କାରକୁ ପଛରୁ ଆସୁଥିବା କଣ୍ଟେନର ଧକ୍କା ଦେଇଥିଲା। ଫଳରେ କାର ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଦୁର୍ଘଟଣା ଘଟାଇବା ପରେ କଣ୍ଟେନର ଚାଳକ ଭୟଭୀତ ଅବସ୍ଥାରେ ଗାଡ଼ି ଛାଡ଼ି ଓଭରବ୍ରିଜ ତଳକୁ ଡେଇଁ ଗୁରତର ଆହତ ହୋଇଛି।
ସୂଚନା ଅନୁସାରେ, ଉକ୍ତ କାର ଭୁବନେଶ୍ୱରରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିଲା। କୋଳଥିଆ ଓଭରବ୍ରିଜ ଉପରେ ପଛରୁ ଦ୍ରୁତ ଗତିରେ ଆସୁଥିବା ଏକ କଣ୍ଟେନର କାରକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ କାର ଦୁଇ ଗଡ଼ା ଦେଇ ଓଲଟି ପଡ଼ିଥିଲା। କାର ଚାଳକଙ୍କ ସମେତ ଦୁଇ ଜଣ ଆହତ ହୋଇଥିଲେ। ଦୁର୍ଘଟଣା ପରେ କିଛି ସମୟ ପର୍ଯ୍ୟନ୍ତ ରାଜପଥରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା।
Powered by Froala Editor