Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, May 04, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • କିଏ କେଉଁଠି ଆଗରେ ଜାଣନ୍ତୁ

  • ଆଜି କୋଲକାତାରେ ବିଜୟ ସେଲିବ୍ରେସନ ...

  • ବିଜୟ ଥାଲାପତିଙ୍କ ଘର ବାହାରେ ...

  • ୯୮ଟି ଆସନରେ ଆଗୁଆ କଂଗ୍ରେସ

  • ବିଚ୍ ରାସ୍ତାରେ ବର୍ବରତା : ପନିକିରେ ହାଣି ...

  • ଥିଏଟରକୁ ଆସିପାରେ ‘ସନା’

  • ଦୋଳି ଫାଶରେ ଚାଲିଗଲା ଜୀବନ

  • ଆଇଏଏସ୍ ଏକାଡେମୀ ନିର୍ଦ୍ଦେଶିକା ଶୁଭ୍ରା ...

  • ବିଜୟଙ୍କ ପାଇଁ ତିରୁପତି ପହଞ୍ଚିଲେ ତ୍ରିଶା

  • ତାମିଲନାଡୁରେ ଟିଭିକେ ମ୍ୟାଜିକ୍, ୧୦୦ ...

Home ›› ››ଆଦିତ୍ୟ ଆଲୁମିନିୟମ ପକ୍ଷରୁ ଜଳ ପରିଚାଳନା ଏବଂ ଜୈବ ବିବିଧତା ଉପରେ କର୍ପୋରେଟ ତାଲିମ କାର୍ଯ୍ୟକ୍ରମ ଆୟୋଜିତ

ଆଦିତ୍ୟ ଆଲୁମିନିୟମ ପକ୍ଷରୁ ଜଳ ପରିଚାଳନା ଏବଂ ଜୈବ ବିବିଧତା ଉପରେ କର୍ପୋରେଟ ତାଲିମ କାର୍ଯ୍ୟକ୍ରମ ଆୟୋଜିତ

2025-11-20 10:05:44
15066
Share:
Facebook
Twitter
E-Mail
WhatsApp
Telegram
ଆଦିତ୍ୟ ଆଲୁମିନିୟମ ପକ୍ଷରୁ ଜଳ ପରିଚାଳନା ଏବଂ ଜୈବ ବିବିଧତା ଉପରେ କର୍ପୋରେଟ ତାଲିମ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ୟୁନିଟ୍‌ ଆଦିତ୍ୟ ଆଲୁମିନିୟମ ଜଳ ପରିଚାଳନା ଏବଂ ଜୈବ ବିବିଧତା ଉପରେ ୟୁଏନ୍‌ ଗ୍ଲୋବାଲ କମ୍ପାକ୍ଟ ନେଟୱର୍କ ଇଣ୍ଡିଆ (ୟୁଏନ୍‌ଜିସିଏନ୍‌ଆଇ) ସହଯୋଗୀତାରେ ଏକ ଦୁଇ ଦିନିଆ କର୍ପୋରେଟ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ଏହି କାର୍ଯ୍ୟକ୍ରମ କମ୍ପାନୀର ସମ୍ବଲପୁର ଜିଲ୍ଲାର ଲପଙ୍ଗାସ୍ଥିତ କାରଖାନାରେ ନଭେମ୍ବର ୧୮ ଓ ୧୯ ତାରିଖରେ ଆୟୋଜିତ ହୋଇଥିଲା । ଏଥିରେ ସମଗ୍ର ସମ୍ବଲପୁର, ଝାରସୁଗୁଡା ଏବଂ ଓଡ଼ିଶାରୁ ୨୨ଟି ଅଗ୍ରଣୀ ଶିଳ୍ପ ଓ ଶିକ୍ଷା ସଂସ୍ଥାନଗୁଡିକରୁ ପ୍ରାୟ ୫୦ ଜଣ ଅଂଶଗ୍ରହଣକାରୀ ଭାଗ ନେଇଥିଲେ ।

ଏହି କର୍ମଶାଳା ଜଳ ସଂରକ୍ଷଣ, ଜଳର ମାନ ପରିଚାଳନା ଏବଂ ନଦୀ ପରିବ୍ୟବସ୍ଥା ସ୍ୱାସ୍ଥ୍ୟ ସମ୍ପର୍କିତ ବୈଷୟିକ ଓ ନୀତିସମ୍ପର୍କିତ ସାମର୍ଥ୍ୟକୁ ସୁଦୃଢ କରିବା ଲକ୍ଷ୍ୟ ରଖିଥିଲା । ଏଥିରେ ମଧ୍ୟ ମଜଭୁତ ନଦୀ ଅବବାହିକାଗୁଡିକୁ ବଜାୟ ରଖିବାରେ ନଦୀକୂଳିଆ ଜୈବ ବିବିଧତାର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରାଯାଇଥିଲା ।

କାର୍ଯ୍ୟକ୍ରମକୁ ଡ. ଏସ.ଏନ.ନନ୍ଦ, ରିଜିଓନାଲ ଅଫିସର, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି), ସମ୍ବଲପୁର ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଥିଲେ । ତାଙ୍କ ସହିତ ଶ୍ରୀ ରତ୍ନେଶ ଝା, ଏକ୍‌ଜିକୁ୍ୟଟିଭ ଡାଇରେକ୍ଟର, ୟୁଏନ୍‌ଜିସିଏନ୍‌ଆଇ; ଶ୍ରୀମତୀ ବୈଶାଳୀ ସୁରାୱାର, ଚିଫ୍‌ ସଷ୍ଟେନେବିଲିଟି ଅଫିସର, ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ; ଏବଂ ଶ୍ରୀ ଜଗନ୍ନାଥ ପି ନାୟକ, ୟୁନିଟ ହେଡ, ଆଦିତ୍ୟ ଆଲୁମିନିୟମ ପ୍ରମୁଖ ଯୋଗ ଦେଇଥିଲେ ।

ତାଲିମ କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ବେଦାନ୍ତ, ଟାଟା, ଜେଏସ୍‌ଡବ୍ଲୁ୍ୟ-ବିପିଏସଏଲ, ଶ୍ୟାମ, ବିରାଜ, ଅଲ୍‌ଟ୍ରାଟେକ ସିମେଣ୍ଟ, ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ ଲିମିଟେଡ, ଅଏଲ ଇଣ୍ଡିଆ ଲିମିଟେଡ, ଉଷା ମାର୍ଟିନ, ଟିଆରଏଲ୍‌ ଆଦି ପ୍ରମୁଖ ଶିଳ୍ପଗୁଡିକରୁ ପ୍ରତିନିଧିଗଣ ଏବଂ ଆଇୟୁସିଏନ୍‌ ଓ ଜିସିଆର୍‌ଏସର ସଦସ୍ୟମାନେ ଭାଗ ନେଇଥିଲେ । ଜୈବ ବିବିଧତା ସଂରକ୍ଷଣ, ଜଳ ସମ୍ପଦ ପରିଚାଳନା ଏବଂ ଶିକ୍ଷାୟତନ ଆଦି କ୍ଷେତ୍ରରୁ ବିଶେଷଜ୍ଞମାନେ ଜଳ ଆପଦ ଆକଳନ, ପରିଚାଳନା ପଦ୍ଧତିସମୂହ ଏବଂ ସଫଳତାର ସହିିତ ନଦୀ ଅବବାହିକା ପରିଚାଳନା ନିମନ୍ତେ ଉନ୍ନତ ଡାଟା ଆନାଲିଟିକ୍ସର ବ୍ୟବହାର ଆଦି ସମ୍ପର୍କରେ ଅନ୍ତର୍ଦୃଷ୍ଟି ପ୍ରଦାନ କରିଥିଲେ ।

କାର୍ଯ୍ୟକ୍ରମର ଏକ ମୁଖ୍ୟ ବିଷୟ ଥିଲା ସମ୍ବଲପୁର ନିକଟରେ ହିଣ୍ଡାଲ୍‌କୋ ପକ୍ଷରୁ ଅଧୋପତିତ ଜମିର ପରିବେଶଗତ ପୁନରୁଦ୍ଧାର ଏବଂ ସ୍ଥାନୀୟ ଜୈବ ବିବିଧତାର ପୁନଃସଂସ୍ଥାପନ ନିମନ୍ତେ ନିଆଯାଇଥିବା ପ୍ରୟାସ ସ୍ଥଳକୁ ଗସ୍ତ କରିବା । ଏହି ଗସ୍ତ କାର୍ଯ୍ୟକ୍ରମ ଅଂଶଗ୍ରହଣକାରୀଙ୍କୁ ବାସ୍ତବ ଦୁନିଆଁର ପରିବେଶ ପରିଚାଳନା କାର୍ଯ୍ୟାଭ୍ୟାସ ସମ୍ପର୍କରେ ବ୍ୟବହାରିକ ପ୍ରଦର୍ଶନ କରାଇଥିଲା । ଅଂଶଗ୍ରହଣକାରୀମାନେ ମଧ୍ୟ ହିଣ୍ଡାଲ୍‌କୋ ପକ୍ଷରୁ କାରଖାନା ପରିସର ବାହାରେ ବୃକ୍ଷ ଚାରା ରୋପଣ ସହିତ ବ୍ୟାପକ ବନୀକରଣ ଏବଂ ଜୈବ ବିବିଧତା ସଂରକ୍ଷଣ ପ୍ରୟାସଗୁଡିକ ସ୍ୱଚକ୍ଷୁରେ ଲକ୍ଷ୍ୟ କରିଥିଲେ ।

ସମୁଦାୟ ଦୁଇଦିନ ଧରି ଏହି କର୍ମଶାଳା ମହାନଦୀ ଅବବାହିକାର ସ୍ୱାସ୍ଥ୍ୟ ଓ ମଜଭୁତପଣରେ ବୃଦ୍ଧି ଘଟାଇବା ନିମନ୍ତେ ଜଳ ଆପଦ ଦୂରକରିବାର ରଣକୋ÷ଶଳ, ପରିଚାଳନା ସାଧନ ଏବଂ ତଥ୍ୟ ଆଧାରିତ ଆଭିମୁଖ୍ୟଗୁଡିକ ସମ୍ପର୍କରେ ଅନୁଧ୍ୟାନ କରିଥିଲା । ଏହିଭଳି ସମୃଦ୍ଧ ଜ୍ଞାନ ସହଭାଗୀ ମଞ୍ଚ ଆୟୋଜନ ଏବଂ ବ୍ୟବହାରିକ ଦୀର୍ଘସ୍ଥାୟୀ ପ୍ରୟାସଗୁଡିକରୁ ବାସ୍ତବ ଅନ୍ତର୍ଦୃଷ୍ଟି ପ୍ରଦାନ ନେଇ ଅଂଶଗ୍ରହଣକାରୀମାନେ ଏହାକୁ ପ୍ରଶଂସା କରିଥିଲେ । 

ସମସ୍ତ ଅଂଶଗ୍ରହଣକାରୀ ସଂସ୍ଥାନସମୂହ ଏବଂ ସେମାନଙ୍କର ବିଶେଷଜ୍ଞମାନଙ୍କୁ ଜଳ ସୁରକ୍ଷା ପ୍ରୟାସକୁ ଆଗେଇ ନେବା ଏବଂ ଉକ୍ତ ଅଞ୍ଚଳରେ ଜୈବ ବିବିଧତାର ସଂରକ୍ଷଣ ଦିଗରେ ସେମାନଙ୍କର ପ୍ରତିବଦ୍ଧତା ନିମନ୍ତେ ଧନ୍ୟବାଦ ଜ୍ଞାପନ କରାଯିବା ସହିତ କାର୍ଯ୍ୟକ୍ରମ ପରିସମାପ୍ତ ହୋଇଥିଲା ।

Powered by Froala Editor

Tags Aditya Aluminium

Related articles Odisha News Lens 4.1

  • ଆଇଏଏସ୍ ଏକାଡେମୀ ନିର୍ଦ୍ଦେଶିକା ଶୁଭ୍ରା ରଞ୍ଜନଙ୍କୁ ଅପହରଣ
    ଦେଶ-ଦେଶାନ୍ତର

    ଆଇଏଏସ୍ ଏକାଡେମୀ ନିର୍ଦ୍ଦେଶିକା ଶୁଭ୍ରା ରଞ୍ଜନଙ୍କୁ ଅପହରଣ

    14403
    May 04, 2026
  •  ଆଜି କୋଲକାତାରେ ବିଜୟ ସେଲିବ୍ରେସନ କରିବାକୁ ମନା
    ଦେଶ-ଦେଶାନ୍ତର

    ଆଜି କୋଲକାତାରେ ବିଜୟ ସେଲିବ୍ରେସନ କରିବାକୁ ମନା

    15124
    May 04, 2026
  • ତାମିଲନାଡୁରେ ଟିଭିକେ ମ୍ୟାଜିକ୍, ୧୦୦ ଅଙ୍କ କଲା ପାର୍
    ଦେଶ-ଦେଶାନ୍ତର

    ତାମିଲନାଡୁରେ ଟିଭିକେ ମ୍ୟାଜିକ୍, ୧୦୦ ଅଙ୍କ କଲା ପାର୍

    14747
    May 04, 2026
  • ଥିଏଟରକୁ ଆସିପାରେ ‘ସନା’
    ମନୋରଞ୍ଜନ

    ଥିଏଟରକୁ ଆସିପାରେ ‘ସନା’

    14114
    May 04, 2026
  • କିଏ କେଉଁଠି ଆଗରେ ଜାଣନ୍ତୁ
    ଦେଶ-ଦେଶାନ୍ତର

    କିଏ କେଉଁଠି ଆଗରେ ଜାଣନ୍ତୁ

    14096
    May 04, 2026
  • ବିଜୟଙ୍କ ପାଇଁ ତିରୁପତି ପହଞ୍ଚିଲେ ତ୍ରିଶା
    ଦେଶ-ଦେଶାନ୍ତର

    ବିଜୟଙ୍କ ପାଇଁ ତିରୁପତି ପହଞ୍ଚିଲେ ତ୍ରିଶା

    14564
    May 04, 2026
  •  ୯୮ଟି ଆସନରେ ଆଗୁଆ କଂଗ୍ରେସ
    ଦେଶ-ଦେଶାନ୍ତର

    ୯୮ଟି ଆସନରେ ଆଗୁଆ କଂଗ୍ରେସ

    13684
    May 04, 2026
  • ଦୋଳି ଫାଶରେ ଚାଲିଗଲା ଜୀବନ
    ଜିଲ୍ଲା ପରିକ୍ରମା

    ଦୋଳି ଫାଶରେ ଚାଲିଗଲା ଜୀବନ

    15342
    May 04, 2026
  • ବିଚ୍ ରାସ୍ତାରେ ବର୍ବରତା : ପନିକିରେ ହାଣି ବୁଲେଟ ଚଢ଼ାଇଦେଲେ
    ଜିଲ୍ଲା ପରିକ୍ରମା

    ବିଚ୍ ରାସ୍ତାରେ ବର୍ବରତା : ପନିକିରେ ହାଣି ବୁଲେଟ ଚଢ଼ାଇଦେଲେ

    15438
    May 04, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    କିଏ କେଉଁଠି ଆଗରେ ଜାଣନ୍ତୁ

    14096
    May 04, 2026
  • ଦେଶ-ଦେଶାନ୍ତର

    ବିଜୟ ଥାଲାପତିଙ୍କ ଘର ବାହାରେ ସେଲିବ୍ରେସନ୍

    15178
    May 04, 2026
  • ଦେଶ-ଦେଶାନ୍ତର

    ବିଜୟଙ୍କ ପାଇଁ ତିରୁପତି ପହଞ୍ଚିଲେ ତ୍ରିଶା

    14564
    May 04, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17455
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17506
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17861
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16335
    Apr 03, 2021

ବିଶେଷ

  • ଘଣ୍ଟା ଘଣ୍ଟା ଧରି ଏସି ଚାଲିଲେ ହୋଇଥାଏ ଏମିତି ଅସୁବିଧା

    14874
    May 03, 2026
  • ଖରାଦିନେ ଆଖୁ ରସ ପିଇବା ଲାଭ କି କ୍ଷତି ଜାଣନ୍ତୁ.....

    13816
    May 02, 2026
  • ଏପରି ନିଅନ୍ତୁ ନିଜର ଯତ୍ନ

    14037
    May 01, 2026
  • ମସ୍ତିଷ୍କକୁ ଗ୍ଲୁକୋଜ୍ ଯୋଗାଇଥାଏ ସକାଳ ଜଳଖିଆ

    14228
    Apr 30, 2026
  • ଶରୀରରେ ଇନ୍‌ସୁଲିନ୍‌କୁ ନିୟନ୍ତ୍ରଣରେ ରଖେ ହଳଦୀ

    16094
    Apr 28, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15374
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15109
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15605
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13918
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଥିଏଟରକୁ ଆସିପାରେ ‘ସନା’

    14114
    May 04, 2026
  • ୯୮ଟି ଆସନରେ ଆଗୁଆ କଂଗ୍ରେସ

    13684
    May 04, 2026
  • ବିଜୟଙ୍କ ପାଇଁ ତିରୁପତି ପହଞ୍ଚିଲେ ତ୍ରିଶା

    14564
    May 04, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In