ମୁଖ୍ୟମନ୍ତ୍ରୀ ପଦରୁ ନୀତୀଶଙ୍କ ଇସ୍ତଫା
ପାଟନା: ବିହାର ରାଜନୀତିକୁ ନେଇ ସୋମବାର ଏକ ବଡ଼ ଖବର ସାମନା ଆସିଛି । ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ରାଜ୍ୟପାଳଙ୍କୁ ଭେଟି ନୀତୀଶ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଏଥିସହ ଆସନ୍ତା ୧୯ ତାରିଖ ଦିନ ବିଧାନସଭା ଭଙ୍ଗ କରିବା ପାଇଁ ସୂଚନା ଦେଇଛନ୍ତି ।
ବିହାରରେ ନୂଆ ସରକାର ଗଠନ ଲାଗି ପ୍ରସ୍ତୁତି ପ୍ରାୟତଃ ଚୂଡ଼ାନ୍ତ ହୋଇଛି । ଆସନ୍ତା ୨୦ ତାରିଖ (ଗୁରୁବାର) ପାଟନାର ଗାନ୍ଧି ମୈଦାନରେ ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ସମେତ ବହୁ କେନ୍ଦ୍ରମନ୍ତ୍ରୀ, ଏନ୍ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ଏନ୍ଡିଏ ନେତାମାନେ ଯୋଗଦେବେ ।
Powered by Froala Editor