ବିହାର ନିର୍ବାଚନରେ ଏନଡିଏର ବାଜିମାତ
ବିହାର ନିର୍ବାଚନରେ ଏନଡିଏକୁ ଐତିହାସିକ ବାଜିମାତ। ବିପୁଳ ଆସନରେ ଏନଡିଏ ବିଜୟଲାଭ କରି ବିରୋଧୀ ମହାମେଣ୍ଟକୁ କଡ଼ା ଜବାବ ଦେଇଛି। ହେଲେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ତାହାକୁ ନେଇ ଆରମ୍ଭ ହେଲାଣି ଅଙ୍କକଷା। ସରକାର ଗଢ଼ିବାର ସ୍ଵପ୍ନ ଦେଖୁଥିବା ବିରୋଧୀଙ୍କ ମହାମେଣ୍ଟ ୫୦ଟି ଆସନ ବି ଦଖଲ କରିପାରି ନାହିଁ। ମାତ୍ର ୩୪ ଆସନ ପାଇଛି ମହାମେଣ୍ଟ।
ମାତ୍ର ଚଳିତ ନିର୍ବାଚନରେ ଓଲଟିଯାଇଛି ଗଣିତ। ଯଦିଓ ନୀତୀଶଙ୍କ ଜେଡିୟୁ ଗତ ୨୦୨୦ ନିର୍ବାଚନ ତୁଳନାରେ ପ୍ରାୟ ଦୁଇଗୁଣ ଆସନ ପାଇବାକୁ ସକ୍ଷମ ହୋଇଛନ୍ତି ତଥା ଚଳିତ ନିର୍ବାଚନରେ ବିଜେପିଠୁ ପ୍ରାୟ ୨୦ ଆସନରେ ପଛରେ ରହିଛି। ଫଳରେ ବିଜେପି ସାଜିଛି ବିଗ୍ ବ୍ରଦର। ଏବେ ନୀତୀଶଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ ଆସନରେ ବସାଇବ ନା ଅନ୍ୟ କିଛି କରିବ ତାହାକୁ ନେଇ ସସପେନ୍ସ ସୃଷ୍ଟି ହୋଇଛି।
୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପାଇଁ କୌଣସି ଦଳକୁ ୧୨୨ ଆସନରେ ବିଜୟୀ ହେବା ଆବଶ୍ୟକ ଥିଲା। ବିଭିନ୍ନ ସଂସ୍ଥା ପକ୍ଷରୁ ହୋଇଥିବା ଆକଳନ ଅନୁସାରେ ଏନଡିଏ(ବିଜେପି, ଜେଡିୟୁ, ଏଲଜେପି ଓ ଅନ୍ୟାନ୍ୟ ସହଯୋଗୀ ଦଳ) ୧୫୦ରୁ ୧୬୦ ଆସନରେ ବାଜି ମାରିବ ବୋଲି କୁହାଯାଉଥିଲା। ହେଲେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଏନଡିଏ ପ୍ରାୟ ୨୦୩ ଆସନରେ ଆଗୁଆ ରହି ବଡ଼ ବିଜୟ ଅଭିମୁଖେ ଅଗ୍ରସର ହେଉଛି। ଯଦିଓ ଆନୁଷ୍ଠାନିକ ଭାବେ ଚୂଡ଼ାନ୍ତ ଫଳ ପ୍ରକାଶ କରାଯାଇ ନାହିଁ, ତେବେ ସନ୍ଧ୍ୟା ୬ଟା ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ ଦଳ ୨୦୦ ଆସନ ପାର କରିଛି।
କଂଗ୍ରେସ, ଆରଜେଡି ଏବଂ ଅନ୍ୟ ବିରୋଧୀ ଦଳ ମିଳି ଗଢ଼ିଥିବା ମହାମେଣ୍ଟକୁ ମାତ୍ର ୩୪ଟି ଆସନ ମିଳିଛି। ଅନ୍ୟାନ୍ୟ ସ୍ଵାଧୀନ ଦଳଗୁଡ଼ିକ ୬ ଆସନରେ ବିଜୟୀ ହୋଇଛନ୍ତି। ନୂଆ କରି ନିର୍ବାଚନ ଲଢ଼ିଥିବା ପ୍ରଶାନ୍ତ କିଶୋରଙ୍କ ଜନ ସୂରାଜ ପାର୍ଟି ଖାତା ଖୋଲିବାରେ ବିଫଳ ହୋଇଛି।
Powered by Froala Editor