ପ୍ରାରମ୍ଭରୁ ଏନଡିଏକୁ ସଫଳତା
ପାଟଣା: ବିହାର ବିଧାନସଭା ନିର୍ବାଚନ ୨୦୨୫ର ଭୋଟ୍ ଗଣତି ଆରମ୍ଭ ହୋଇଯାଇଛି। ପ୍ରାରମ୍ଭରୁ ଏନଡିଏକୁ ସଫଳତା ମିଳୁଥିବା ନଜର ଆସୁଛି। ଆଜି ହିଁ ନିର୍ଦ୍ଧାରିତ ହୋଇଯିବ ଯେ ବିହାର ଆସନରେ କିଏ ବସିବ। ଏନଡିଏ ଓ ମହାମେଣ୍ଟ ଦୁଇ ପଟେ ଠିଆ ହୋଇଛନ୍ତି ଏବଂ ନୀତିଶ-ତେଜସ୍ବୀଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳୁଛି। ୨୪୩ ଆସନ ପାଇଁ ଦୁଇଟି ପର୍ଯ୍ୟାୟରେ ପଡିଥିବା ଭୋଟର ଗଣତି ୪୬ କେନ୍ଦ୍ରରେ ଚାଲିଛି। ନୀତିଶ କୁମାର ନିଜ ବିଜୟ ପାଇଁ ଠାଣି ନେଇଛନ୍ତି। ଅନ୍ୟପଟେ ଯାଦବ ମଧ୍ୟ ୧୮ ନଭେମ୍ବରରେ ଶପଥ ନେବା ନେଇ ଦାବି କରିଥିଲେ।
ଏକଜିଟ୍ ପୋଲ ଅନୁସାରେ ମହିଳା ଓ ଓବିସିଙ୍କ ସମର୍ଥନ ଏନଡିଏକୁ ମିଳିବା ସମ୍ଭାବନା ଅଧିକ ରହିଥିଲା। ସର୍ବପ୍ରଥମେ ପୋଷ୍ଟାଲ ବାଲାଟର ଗଣତି ଓ ଏହା ପରେ ଇଭିଏମର ଗଣତି ଚାଲିଛି। ୨୪୩ ଆସନରେ ବହୁମତ ପାଇଁ ୧୨୨ ଆସନ ଜରୁରି।
Powered by Froala Editor