ଏଣିକି ଓଡିଶାରେ ରହିବ କେବଳ ଗୋଟିଏ ରାଜସ୍ଵ ଆଇନ୍: ସୁରେଶ ପୂଜାରୀ
ପୁରୀ:ଏଣିକି ଓଡିଶାରେ ରହିବ କେବଳ ଗୋଟିଏ ରାଜସ୍ଵ ଆଇନ୍। ପୁରୀରେ ସମୀକ୍ଷା ବୈଠକ ପରେ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ସରକାର ଅଧ୍ୟୟନ କରୁଛନ୍ତି, ପ୍ରସ୍ତୁତି ଆରମ୍ଭ ହୋଇଛି। ଅନେକ ଜଟିଳ ଆଇନ୍ ଅଛି, କିଛି ଆବଶ୍ୟକ ନାହିଁ। ଖୁବ୍ ଶୀଘ୍ର ଓଡିଶା ଗଭରମେଣ୍ଟ ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଆକ୍ଟ ଆସିବ। ଲୋକଙ୍କୁ ବୁଝିଲା ଭଳି ହେବ।
ଆଜି ପୁରୀ ସର୍କିଟ୍ ହାଉସ୍ ପରିସରରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ପୁରୀ ବାସିନ୍ଦାଙ୍କ ଜମିଜମା ସମସ୍ୟାର ସମାଧାନ ଆଲୋଚନା ହୋଇଛି।
Powered by Froala Editor