ୱିଲିୟମ ଇଶ୍ମାଏଲଙ୍କୁ ବିବାହ କଲେ ଜେନିଫର
ଟିଭି ଅଭିନେତ୍ରୀ ଜେନିଫର ୱିଙ୍ଗେଟ୍ ତାଙ୍କ ଦୀର୍ଘଦିନର ପ୍ରେମିକ ୱିଲିୟମ ଇଶ୍ମାଏଲଙ୍କୁ ବିବାହ କରିଥିବା ଖବର ସାମ୍ନାକୁ ଆସିଛି। ବ୍ରିଟେନରେ ପରିବାର ଓ ଘନିଷ୍ଠ ଲୋକଙ୍କ ଉପସ୍ଥିତିରେ ଏକ ସରଳ ସମାରୋହରେ ଏହି ବିବାହ ଅନୁଷ୍ଠିତ ହୋଇଥିବା କୁହାଯାଇଛି।
ୱିଲିୟମ ଇଶ୍ମାଏଲ ସିଙ୍ଗାପୁରରେ ରହୁଥିବା ଜଣେ ବ୍ୟବସାୟୀ। ସେ MHC ଡିଜିଟାଲ୍ ଗ୍ରୁପରେ ବିଜନେସ୍ ଡେଭେଲପମେଣ୍ଟ ଓ ଟ୍ରେଡିଂ ବିଭାଗର ନିର୍ଦ୍ଦେଶକ ଭାବେ କାମ କରୁଛନ୍ତି। ସେ ମନୋରଞ୍ଜନ ଜଗତଠାରୁ ଦୂରରେ ରହିବାକୁ ପସନ୍ଦ କରନ୍ତି।
ଜେନିଫର ନିଜ ସୋସିଆଲ ମିଡିଆରେ ବିବାହର ଏକ ସୁନ୍ଦର ଭିଡିଓ ସେୟାର କରିଛନ୍ତି। ଭିଡିଓରେ ଦୁହେଁ ଚର୍ଚ୍ଚରେ ବିବାହ କରୁଥିବା ଏବଂ ପରେ ପରିବାର ଓ ବନ୍ଧୁମାନଙ୍କ ସହ ଖୁସିର ମୁହୂର୍ତ୍ତ ପାଳନ କରୁଥିବା ଦେଖିବାକୁ ମିଳିଛି।
ପୂର୍ବରୁ ସେ କରନ ସିଂ ଗ୍ରୋଭରଙ୍କୁ ବିବାହ କରିଥିଲେ। ମାତ୍ର ୨ ବର୍ଷ ଏକାଠି ରହିବା ପରେ ଉଭୟଙ୍କ ଛାଡ଼ପତ୍ର ହୋଇଥିଲା। ଜେନିଫର ୱିଙ୍ଗେଟ ଟେଲିଭିଜନର ଜଣେ ଜଣାଶୁଣା ଚେହେରା। ଅନେକ ହିଟ ଶୋ’ରେ ସେ ଅଭିନୟ କରିଛନ୍ତି। ସେ ଟେଲିଭିଜନ ଶିଳ୍ପର ସର୍ବାଧିକ ଦରମା ନେଉଥିବା ଅଭିନେତ୍ରୀମାନଙ୍କ ମଧ୍ୟରେ ମଧ୍ୟ ସ୍ଥାନ ପାଇଛନ୍ତି। ସେ ୨୦୦୯ ଶୋ’ ‘ଦିଲ ମିଲ ଗୟେ’ ସହିତ ପରିଚିତି ପାଇଥିଲେ। ସେ ଗୋଟିଏ ଶୋ’ର ପ୍ରତି ଏପିସୋଡ ପାଇଁ ୧.୫ ଲକ୍ଷରୁ ୨ ଲକ୍ଷ ପର୍ଯ୍ୟନ୍ତ ଚାର୍ଜ କରନ୍ତି। ଜେନିଫର ୪୫ ରୁ ୫୮ କୋଟି ପର୍ଯ୍ୟନ୍ତ ମୋଟ ସମ୍ପତ୍ତିର ଅଧିକାରୀ। ସେ ୧୫ରୁ ଅଧିକ ବ୍ରାଣ୍ଡର ବ୍ରାଣ୍ଡ ଆମ୍ବାସାଡର। ଏଥିରୁ ସେ ବାର୍ଷିକ କୋଟି କୋଟି ଟଙ୍କା ରୋଜଗାର କରନ୍ତି।
Powered by Froala Editor