ଦିଲ୍ଲୀ କାର୍ ବିସ୍ଫୋରଣ ଘଟଣା: ମାମଲା ରୁଜୁ କଲା ଦିଲ୍ଲୀ ପୁଲିସ୍
ନୂଆଦିଲ୍ଲୀ: ଦିଲ୍ଲୀ କାର୍ ବିସ୍ଫୋରଣ ଘଟଣାରେ ମାମଲା ରୁଜୁ କରିଛି ଦିଲ୍ଲୀ ପୁଲିସ୍ । ଗତକାଲି ଲାଲକିଲ୍ଲା ନିକଟରେ କାର୍ ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ସରକାରୀ ତଥ୍ୟ ଅନୁଯାୟୀ ୯ ଜଣଙ୍କର ଜୀବନ ଯାଇଥିଲା । ଆଜି ଘଟଣାକୁ ନେଇ ଦିଲ୍ଲୀ ପୁଲିସ UAPA ଏବଂ ବିସ୍ଫୋରକ ଆଇନ ଅନୁଯାୟୀ ଏତଲା ପଞ୍ଜିକୃତ କରିଛି । ବିସ୍ଫୋରଣ ପରେ ଦିଲ୍ଲୀ ସମେତ ଦେଶର ଅନେକ ସହରରେ ସତର୍କତା ଜାରି ହେବା ସହ ପୁଲିସ ଦ୍ୱାରା ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା । ବିମାନବନ୍ଦର, ରେଳ ଷ୍ଟେସନ ଏବଂ ବସ୍ ଟର୍ମିନାଲରେ କଡ଼ା ସତର୍କତା ଅବଲମ୍ବନ ସହିତ ଦିଲୀକୁ ହାଇ ଆଲର୍ଟରେ ରଖାଯାଇଛି ।
Powered by Froala Editor