ଧର୍ମେନ୍ଦ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ଜଟିଳ
ମୁମ୍ବଇ: ଅସୁସ୍ଥ ଥିବା ବଲିଉଡର ବର୍ଷୀୟାନ ଅଭିନେତା ଧର୍ମେନ୍ଦ୍ର ପ୍ରାୟ ଏକ ସପ୍ତାହ ହେବ ମୁମ୍ବଇସ୍ଥିତ ବ୍ରିଚ୍ କାଣ୍ଡି ହସ୍ପିଟାଲରେ ଚିକିତ୍ସିିତ ହେଉଛନ୍ତି। ତେବେ ସ୍ବାସ୍ଥ୍ୟାବସ୍ଥା ଜଟିଳ ହେବାପରେ ସୋମବାର ଧର୍ମେନ୍ଦ୍ରଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଡିସେମ୍ବର ୮ରେ ଧର୍ମେନ୍ଦ୍ର ୯୦ ବର୍ଷରେ ପଦାର୍ପଣ କରିବାକୁ ଯାଉଛନ୍ତି। ଗତ ଏପ୍ରିଲରେ ତାଙ୍କର ମୋତିଆବିନ୍ଦୁ ଅସ୍ତ୍ରୋପଚାର କରାଯାଇଥିଲା। ୧୯୬୦ରେ ‘ଦିଲ ଭି ତେରା, ହମ୍ ଭି ତେରେ’ ଚଳଚ୍ଚିତ୍ରରୁ ଧର୍ମେନ୍ଦ୍ର ତାଙ୍କର ବଲିଉଡ କ୍ୟାରିୟର ଆରମ୍ଭ କରିଥିଲେ। ପ୍ରାଥମିକ ପର୍ଯ୍ୟାୟରେ ସେ ଚରିତ୍ର ଅଭିନେତା ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ନାୟକ ଭୂମିକାରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିଲେ। ଦୀର୍ଘ ଛଅ ଦଶନ୍ଧିର କ୍ୟାରିୟରରେ ସେ ୩୦୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି। ଅଭିନୟ ଜଗତରୁ ଅବସର ନେବାପରେ ସେ ସକ୍ରିୟ ରାଜନୀତିରେ ପାଦ ଥାପିଥିଲେ। ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ବିଜେପି ପ୍ରାର୍ଥୀଭାବେ ସେ ରାଜସ୍ଥାନର ବିକାନେର ଆସନରୁ ଲୋକସଭାକୁ ପ୍ରତିନିଧିତ୍ବ କରିଥିଲେ।
Powered by Froala Editor