ଦେଶର ସବୁଠାରୁ ପ୍ରଦୂଷିତ ସହର ଭାବେ ମାନ୍ୟତାଲାଭ କରିଛି ଦିଲ୍ଲୀ
ନୂଆଦିଲ୍ଲୀ : ଦିଲ୍ଲୀର ବାୟୁମଣ୍ଡଳ ଦିନକୁ ଦିନ ଖରାପ ହେବାରେ ଲାଗିଛି। ଶନିବାର ସହରର ଏକ୍ୟୁଆଇ (ବାୟୁ ମାନ ସୂଚକାଙ୍କ) ୪୦୦ ଅତିକ୍ରମ କରିଥିବାବେଳେ ପ୍ରଦୂଷଣ ସ୍ଥିତି ସାଂଘାତିକବର୍ଗରେ ପ୍ରବେଶ କରିଛି। ଦିଲ୍ଲୀର ଏକାଧିକ ଅଞ୍ଚଳକୁ ରେଡ୍ ଜୋନ ଘୋଷଣା କରାଯାଇଛି। କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ରିପୋର୍ଟ ଅନୁଯାୟୀ ଶନିବାର ଦିଲ୍ଲୀ ଦେଶର ସବୁଠାରୁ ପ୍ରଦୂଷିତ ସହର ଭାବେ ମାନ୍ୟତାଲାଭ କରିଛି। ଦିଲ୍ଲୀର ଅଲୀପୁରରେ ଏକ୍ୟୁଆଇ ୪୦୪ ରେକର୍ଡ କରାଯାଇଥିବାବେଳେ ଆଇଟିଓରେ ୪୦୨, ନେେହରୁ ନଗରରେ ୪୦୬, ବିବେକ ବିହାରରେ ୪୧୧, ୱାଜିରପୁରରେ ୪୨୦ ଓ ବୁରାରିରେ ୪୧୮ ରେକର୍ଡ କରାଯାଇଛି।
ଏନ୍ସିଆର (ନ୍ୟାସନାଲ କ୍ୟାପିଟାଲ ରିଜିଅନ) ମଧ୍ୟ ପ୍ରଦୂଷଣ ବଳୟରୁ ବର୍ତ୍ତି ପାରୁନାହିଁ। ଶନିବାର ନୋଏଡାରେ ଏକ୍ୟୁଆଇ ୩୫୪ ରେକର୍ଡ କରାଯାଇଥିବାବେଳେ ଗ୍ରେଟର ନୋଏଡାରେ ୩୩୬, ଗାଜିଆବାଦରେ ୩୩୯ ରହିଥିଲା। ଆଗାମୀ କିଛି ଦିନ ଦିଲ୍ଲୀର ଆକାଶ ଅତ୍ୟନ୍ତ ଖରାପ ରହିବ ବୋଲି ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଦୀପାବଳି ପରଠାରୁ ଦିଲ୍ଲୀରେ ପ୍ରଦୂଷଣ ସ୍ଥିତି ଜଟିଳ ହେବାରେ ଲାଗିଛି।
Powered by Froala Editor