‘ପେଡ୍ଡି’ରେ ଜଲୱା ଦେଖାଇବେ ଜାହ୍ନବୀ, ଆସିଲା ପୋଷ୍ଟର
ସାଉଥ୍ ସୁପର୍ଷ୍ଟାର ରାମ ଚରଣଙ୍କ ଅପ୍କମିଙ୍ଗ ଫିଲ୍ମ ହେଉଛି ‘ପେଡ୍ଡି’ । ତେବେ ଏଥିରେ ଅଚିୟମ୍ମା ଚରିତ୍ରରେ ଜାହ୍ନବୀ କପୁର ନିଜ ଜଲୱା ଦେଖାଇବେ । ନିର୍ମାତା ଫିଲ୍ମରେ ଜାହ୍ନବୀଙ୍କ ଲୁକ୍ ଜାରିଛନ୍ତି । ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ ‘ପେଡ୍ଡି’ ଜରିଆରେ ଜାହ୍ନବୀଙ୍କ ଫାର୍ଷ୍ଟ ଲୁକ୍ ପୋଷ୍ଟର୍ ଶେୟାର କରିଛନ୍ତି ଏବଂ ଲେଖିଛନ୍ତି, ଉଗ୍ର ଅନ୍ଦାଜ୍ରେ ଆମ ପେଡ୍ଡୀର ପ୍ରେମିକା । ଜାହ୍ନବୀ କପୁରଙ୍କୁ ଅଚିୟମ୍ମା ଭୂମିକାରେ ଉପସ୍ଥାପନ କରୁଛୁ ।’ ନିର୍ମାତା ଜାହ୍ନାବୀଙ୍କର ଦୁଇଟି ପୋଷ୍ଟର୍ ଜାରି କରିଛନ୍ତି । ଏଥିସହିତ ତାଙ୍କ ଚରିତ୍ରକୁ ଭୟଙ୍କର ଓ ନିର୍ଭୀକ ବୋଲି ବର୍ଣ୍ଣନା କରିଛନ୍ତି ।
ପ୍ରଥମ ପୋଷ୍ଟର୍ରେ ଜାହ୍ନବୀ ଏକ ଜିପ୍ ଉପରେ ଦୁଇହାତ ଉପରକୁ ଟେକି ନମସ୍କାର ମୁଦ୍ରାରେ ଠିଆ ହୋଇଛନ୍ତି । ଅନ୍ୟ ଫଟୋରେ ବାମ ହାତକୁ ମୁଣ୍ଡ ଉପରେ ରଖି ଠିଆ ହୋଇଛନ୍ତି । ଆସନ୍ତା ବର୍ଷ ମାର୍ଚ୍ଚ ୨୭ରେ ଫିଲ୍ମଟି ବିଶ୍ୱସ୍ତରରେ ମୁକ୍ତିଲାଭ କରିବ ।
ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ବୁଚି ବାବୁ ସାନା । ଶ୍ରୀଲଙ୍କାରେ ଏବେ ଫିଲ୍ମ ସୁଟିଂ ଚାଲିଛି । ଫିଲ୍ମରେ ରାମ ଚରଣଙ୍କ ପାଇଁ ନୃତ୍ୟ କୋରିଓଗ୍ରାଫ୍ କରିଥିବା ଜାନି ମାଷ୍ଟର୍ଙ୍କୁ ନିକଟରେ ଫିଲ୍ମର ସୁଟିଂ ପାଇଁ ଶ୍ରୀଲଙ୍କାରେ ଦେଖିବାକୁ ମିଳିଥିଲା । ସେ କହିଥିଲେ, ଫିଲ୍ମ ପାଇଁ ରାମ ଚରଣ ଯେଉଁଭଳି ଭାବେ କଠିନ ପରିଶ୍ରମ ଓ ପ୍ରୟାସ କରିଛନ୍ତି ତାହା ଅଦ୍ଭୁତ । ‘ପେଡ୍ଡି’ରେ ରାମ ଚରଣଙ୍କୁ ନୂଆ ରୂପରେ ଦେଖିବାକୁ ମିଳିବ । ତେବେ ଜାହ୍ନବୀଙ୍କୁ ନେଇ ତାଙ୍କ ପ୍ରଶଂସକ ବେଶ୍ ଉତ୍ସାହିତ ଅଛନ୍ତି ।
Powered by Froala Editor