ଲାଲ କଦଳୀ ଖାଇବା ଦ୍ୱାରା ମିଳିଥାଏ ଅଗଣିତ ସ୍ବାସ୍ଥ୍ୟ ଲାଭ
ଆପଣ ହଳଦିଆ କଦଳୀ ଏବଂ ସବୁଜ କଦଳୀ ବିଷୟରେ ନିଶ୍ଚୟ ଦେଖିଥିବେ ଏବଂ ଶୁଣିଥିବେ, କିନ୍ତୁ ଆପଣ ଲାଲ କଦଳୀ ବିଷୟରେ ଶୁଣିଛନ୍ତି କି? ଲାଲ କଦଳୀ ଯଦିଓ ଏହା ଲାଲ ରଙ୍ଗର, କିନ୍ତୁ ଭିତରୁ ଏହା ସମ୍ପୂର୍ଣ୍ଣ ହଳଦିଆ କଦଳୀ ପରି ଦେଖାଯାଏ। ଏହାକୁ ଢାକା କଦଳୀ ମଧ୍ୟ କୁହାଯାଏ।
ହେଲେ ଏହି ଲାଲ କଦଳୀ ହଳଦିଆ କଦଳୀ ପରି ମିଠା ନୁହେଁ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଲାଲ କଦଳୀ ଖାଇବା ଦ୍ୱାରା ଅଗଣିତ ସ୍ବାସ୍ଥ୍ୟ ଲାଭ ମିଳିଥାଏ।
୧. ରୋଗ ପ୍ରତିରୋଧକ ଶକ୍ତିକୁ ସୁଦୃଢ଼ କରେ
ଲାଲ କଦଳୀରେ ପ୍ରଚୁର ପରିମାଣର ଭିଟାମିନ ସି ଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ସୁଦୃଢ଼ କରିବା ଏବଂ ଶରୀରକୁ ସଂକ୍ରମଣରୁ ରକ୍ଷା କରିବାରେ ସାହାଯ୍ୟ କରେ।
୨. ହଜମ ପ୍ରକ୍ରିୟା ଉନ୍ନତ କରେ
ଲାଲ କଦଳୀରେ ପ୍ରଚୁର ପରିମାଣର ଫାଇବର ଥାଏ, ଯାହା ପାଚନ କ୍ରିୟାକୁ ସୁସ୍ଥ ରଖିବା ସହ କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ମୁକ୍ତି ଦେବାରେ ସହାୟକ ହୋଇଥାଏ।
୩. ଓଜନ ନିୟନ୍ତ୍ରଣରେ ସହାୟକ
ଲାଲ କଦଳୀରେ କମ୍ କ୍ୟାଲୋରୀ ଏବଂ ଅଧିକ ଫାଇବର ଥାଏ, ଯାହା ପେଟକୁ ବହୁତ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ରଖେ ଏବଂ ଆପଣଙ୍କୁ ବାରମ୍ବାର ଭୋକ ଲାଗେ ନାହିଁ, ଯାହା ଓଜନ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ।
୪.ଲାଲ କଦଳୀ ପୋଟାସିୟମରେ ଭରପୂର, ଯାହା ରକ୍ତଚାପ ନିୟନ୍ତ୍ରଣ ଏବଂ ହାର୍ଟ ସ୍ବାସ୍ଥ୍ୟ ବଜାୟ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ।
୫. ଏହା ଶକ୍ତିର ଏକ ଭଲ ଉତ୍ସ।
ଲାଲ କଦଳୀରେ ପ୍ରାକୃତିକ ଚିନି ଥାଏ, ଯାହା ତୁରନ୍ତ ଶକ୍ତି ପ୍ରଦାନ କରେ ଏବଂ ଥକାପଣ ଦୂର କରେ।
Powered by Froala Editor