ମୁଜାଫରପୁରରେ ନିର୍ବାଚନ ସଭାରେ ସମ୍ବୋଧନ କରି ଏହା କହିଲେ ମୋଦୀ
ପାଟନା: ବନ୍ଧୁକ, ନିଷ୍ଠୁରତା, ତିକ୍ତତା, କୁଶାସନ, ଦୁର୍ନୀତି ଏହି ପାଞ୍ଚଟି ଶଦ୍ଦର ପ୍ରୟୋଗ କରି ଆରଜେଡି-କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଆଜି ବିହାରରେ ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ଆରଜେଡି ଏବଂ କଂଗ୍ରେସ ସରକାର ସମୟରେ ହୋଇଥିବା ପାଞ୍ଚଟି କାମର ତାଲିକା ଦେଇଛନ୍ତି । ମୁଜାଫରପୁରରେ ନିର୍ବାଚନ ସଭାରେ ସମ୍ବୋଧନ କରି ମୋଦୀ କହିଛନ୍ତି ଯେ ଆରଜେଡି, କଂଗ୍ରେସ ଏବଂ ଜଙ୍ଗଲରାଜ କଣ କରିଛନ୍ତି । ମୁଁ ପାଞ୍ଚଟି ଶଦ୍ଦରେ ସେମାନଙ୍କର କାରନାମା ସଂକ୍ଷେପ କରିବାକୁ ଚାହୁଁଛି । ବନ୍ଧୁକ, ନିଷ୍ଠୁରତା, ତିକ୍ତତା, କୁଶାସନ ଏବଂ ଦୁର୍ନୀତି ହେଉଛି ଜଙ୍ଗଲ ରାଜର ପରିଚୟ । ଏଗୁଡିକ ହେଉଛି ଆରଜେଡିର ପରିଚୟ ।
ମୋଦୀ କହିଥିଲେ ଯେ ଯେଉଁମାନଙ୍କର ଜମି ହଡପ ଇତିହାସ ଅଛି, ସେମାନେ କଣ ଶିଳ୍ପ ପାଇଁ ଜମି ଯୋଗାଇ ପାରିବେ । ଯେଉଁମାନେ ବିହାରକୁ ଅନ୍ଧାରରେ ରଖିବାର ଇତିହାସ ରଖିଛନ୍ତି, ସେମାନେ କଣ ବିଦ୍ୟୁତ ଯୋଗାଇ ପାରିବେ । ଯେଉଁମାନେ ରେଳପଥକୁ ଲୁଟ କରିଥିଲେ, ସେମାନେ କଣ ବିହାରରେ ସଂଯୋଗୀକରଣକୁ ଉନ୍ନତ କରିପାରିବେ । ଯେଉଁମାନେ ଦୁର୍ନୀତିର ରେକର୍ଡ ଭାଙ୍ଗିଛନ୍ତି, ସେମାନେ କଣ ବିହାରରେ ଆଇନର ଶାସନ ଆଣିପାରିବେ ।
Powered by Froala Editor