୮୧ ଡ୍ରଗ୍ସ ମାଫିଆ ଗିରଫ, ୬୪ ମୃତ
ନୂଆଦିଲ୍ଲୀ: ବ୍ରାଜିଲ ପୁଲିସ ମଙ୍ଗଳବାର ରିଓ ଡି’ ଜେନିରୋ ସହରରେ ସକ୍ରିୟ ଥିବା ଏକ ଡ୍ରଗ୍ସ କାରବାର ଗ୍ୟାଙ୍ଗ୍ ଉପରେ ଚଢଉ କରିଛି। ପୁଲିସ କାର୍ଯ୍ୟାନୁଷ୍ଠାନରେ ୪ ପୁଲିସ ସମେତ ମୋଟ ୬୪ ଜଣ ପ୍ରାଣ ହରାଇଛନ୍ତି। ଚଢଉ ଅଭିଯାନରେ ୮୧ ଡ୍ରଗ୍ସ ମାଫିଆଙ୍କୁ ମଧ୍ୟ ଗିରଫ କରାଯାଇଛି। ଗୁଇନ୍ଦା ସୂଚନାକୁ ଆଧାର କରି ବ୍ରାଜିଲ ପୁଲିସର ପ୍ରାୟ ୨୫୦୦ ଅଧିକାରୀ କମ୍ପ୍ଲେକ୍ସୋ ଡୋ’ ଆଲେମାଓ ଅଞ୍ଚଳରେ ସକ୍ରିୟ ଥିବା ‘ରେଡ୍ କମାଣ୍ଡ’ ଗ୍ରୁପ୍ ଉପରେ ଚଢଉ କରିଥିଲା। ଉଭୟପକ୍ଷ ମଧ୍ୟରେ ପ୍ରାୟ ସାତ ଘଣ୍ଟା ଧରି ଗୁଳି ବିନିମୟ ଜାରି ରହିଥିଲା। ଗିରଫ ଡ୍ରଗ୍ସ ମାଫିଆଙ୍କ ନିକଟରୁ ୯୩ଟି ରାଇଫଲ ଏବଂ ୫ କ୍ବିଣ୍ଟାଲ ଡ୍ରଗ୍ସ ଜବତ କରାଯାଇଛି।
Powered by Froala Editor