ସ୍ଥଳଭାଗ ନିକଟତର ହେଉଛି ବାତ୍ୟା ‘ମନ୍ଥା’
ଭୁବନେଶ୍ବର: ସ୍ଥଳଭାଗ ନିକଟତର ହେଉଛି ବାତ୍ୟା ‘ମନ୍ଥା’ । ଏବେ ଘଣ୍ଟା ପ୍ରତି ୧୭ କିମି ବେଗରେ ଗତି କରି ମାଡି ଆସୁଛି ମନ୍ଥା । ଆନ୍ଧପ୍ରଦେଶର ମଛଲିପଟନମ ଠାରୁ ୨୩୦ କିଲୋମିଟର, କାକିନଡା ଠାରୁ ୩୧୦କିଲୋମିଟର ଦୂରରେ ବାତ୍ୟା ମନ୍ଥା ରହିଛି । ଗୋପାଳପୁର ଠାରୁ ୫୭୦କିମି ଦୂରରେ ମନ୍ଥା ରହିଥିବା ସୂଚନା ମିଳିଛି । ତେବେ ଆଜି ସନ୍ଧ୍ୟା କିମ୍ବା ରାତିରେ ସ୍ଥଳଭାଗ ଛୁଇଁବା ନେଇ ଆକଳନ କରାଯାଇଛି । ଆନ୍ଧ୍ରପ୍ରଦେଶର କାକିନାଡାଠାରେ ସ୍ଥଳଭାଗ ଛୁଇଁ ଅତିକ୍ରମ କରିବା ବାତ୍ୟା । ସ୍ଥଳଭାଗ ଛୁଇଁବା ବେଳେ ପବନର ସର୍ବାଧିକ ବେଗ ୧୧୦କିମି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
Powered by Froala Editor