ବନ୍ଧୁ ସାଜିଲା ବଇରି, ଧାରୁଆ ଅସ୍ତ୍ରରେ ହାଣି କଲା ହତ୍ୟା
ଭୁବନେଶ୍ବର : ଅବସରପ୍ରାପ୍ତ ପୁଲିସ୍ କର୍ମଚାରୀଙ୍କ ପୁଅକୁ ହତ୍ୟା କରାଯିବା ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୂଚନା ଅନୁଯାୟୀ ଦୁଇ ଜଣ ସାଙ୍ଗ ଏକାଠି ହୋଇ କୌଣସି ଏକ ସ୍ଥାନକୁ ଭୋଜି କରିବାକୁ ଯାଇଥିଲେ। ହେଲେ ସେଠାରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଯାହାକୁ ନେଇ ଜଣେ ସାଙ୍ଗ ନିଶାସକ୍ତ ଅବସ୍ଥାରେ ଅନ୍ୟ ଜଣେ ସାଙ୍ଗକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିଲା। ମୃତକ ଅବସରପ୍ରାପ୍ତ ପୁଲିସ୍ କର୍ମଚାରୀ ମୀନକେତନ ଭୋଇଙ୍କ ପୁଅ ସୁଜିତ୍ ବୋଲି ଜଣାପଡିଛି। ସୁଜିତ୍ କୁ ହତ୍ୟା କରି ସାଙ୍ଗମାନେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ। ଖବର ପାଇ ପୁଲିସ୍ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ୪ ଜଣ ଯୁବକଙ୍କୁ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି।
Powered by Froala Editor