ମହେନ୍ଦ୍ରଗିରି ଅଞ୍ଚଳରେ ଆରମ୍ଭ ହେଲାଣି ମନ୍ଥାର ପ୍ରଭାବ
ଗଜପତି: ବଙ୍ଗୋପସାଗରେ ଗଭୀର ଅବପାତ କେନ୍ଦ୍ରୀଭୂତ ହୋଇ ସମୁଦ୍ର ଭିତରେ ବଳ ଗୋଟାଇବା ସହ ଘନୀଭୁତ ହୋଇ ଆଜି ବାତ୍ୟା ରୂପ ନେଇଛି । ବାତ୍ୟା ମନ୍ଥା ମଙ୍ଗଳବାର ଦିନ ଆନ୍ଧ୍ରପ୍ରଦେଶର ମଛିଲପଟନମ୍ ଓ କଳିଙ୍ଗପଟନମ୍ ମଝି କାକିନଡା ନିକଟବର୍ତ୍ତୀ କୌଣସିଠାରେ ସ୍ଥଳ ଭାଗ ଛୁଇଁବ । ଆନ୍ଧ୍ରରେ ଏହା ସ୍ଥଳଭାଗ ଛୁଇଁଲେ ମଧ୍ୟ ଓଡ଼ିଶାର ୮ଟି ଜିଲାରେ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି ।
ଆଜି ବାତ୍ୟାର ପ୍ରଭାବ ସକାଳୁ ସକାଳୁ ଗଜପତି ଜିଲାରେ ଦେଖିବାକୁ ମିଳିଛି । ଗଜପତି ଜିଲ୍ଲା ମହେନ୍ଦ୍ରଗିରି ଅଞ୍ଚଳରେ ମନ୍ଥାର ପ୍ରଭାବ ଆରମ୍ଭ ହୋଇଯାଇଛି। ଜିଲାରେ ଆକାଶ ମେଘୁଆ ରହିବା ସହ ବର୍ଷା ହେବା ଆରମ୍ଭ କରିବା ସହ ଓ ପବନ ବହିବା ଆରମ୍ଭ କରିଛି ।