ଛାପା ଗଣମାଧ୍ୟମର ଉନ୍ନତି ପାଇଁ ବିଜ୍ଞାପନ ଦର ବୃଦ୍ଧି କରିବେ ସରକାର
ଡିଜିଟାଲ ଚ୍ୟାନେଲ, ୱେବ ପୋର୍ଟାଲ ଭଳି ଇ-ନ୍ୟୁଜର ଫର୍ମାଟ ଏବେ ଲୋକପ୍ରିୟ ହେବାରେ ଲାଗିଛି । ଯେଉଁଥିପାଇଁ ଛାପା ଗଣମାଧ୍ୟମ ପ୍ରଭାବିତ ହେବାରେ ଲାଗିଛି । ଏହାର ଅଂଶ ସ୍ବରୂପ ଛାପା ଗଣମାଧ୍ୟମର ବିଜ୍ଞାପନ ଦରରେ ସରକାର ୨୬ ପ୍ରତିଶତ ବଢ଼ାଇବା ନେଇ ଯୋଜନା କରୁଛନ୍ତି। ଏ ସଂକ୍ରାନ୍ତ ବିଜ୍ଞପ୍ତି ନଭେମ୍ବର ୧୫ ପରେ ପ୍ରକାଶ ପାଇବ।
ଛାପା ଗଣମାଧ୍ୟମରେ ରାଜସ୍ବର ଏକ ପ୍ରମୁଖ ଉତ୍ସ ହେଉଛି ବିଜ୍ଞାପନ। କିନ୍ତୁ ଅନଲାଇନ୍ ମିଡିଆର ବିକାଶ ଫଳରେ ଛାପା ଗଣମାଧ୍ୟମର ବିଜ୍ଞାପନ କମିଯାଇଛି। ଛାପା ଗଣମାଧ୍ୟମଗୁଡ଼ିକ ଡିଜିଟାଲ ଫର୍ମାଟକୁ ଯିବା ଫଳରେ ଲୋକଙ୍କ ଜୀବିକା ପ୍ରଭାବିତ ହୋଇଛି। ବିଶେଷ କରି ଛାପା ଗଣମାଧ୍ୟମରେ ମାଧ୍ୟମରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି। ସୂତ୍ରରୁ ଜଣାଯାଇଛି ଯେ ସରକାର ବିଭିନ୍ନ ସ୍ତରରେ ସଂସ୍କାର ପାଇଁ ଉଦ୍ୟମ ଚଳାଇଛନ୍ତି। ସେହିଭଳି ରେଡିଓ ଟିଭି ଚ୍ୟାନେଲ ଡିଟିଏଚ୍ କ୍ଷେତ୍ରରେ ମଧ୍ୟ ସଂସ୍କାର ଆଣିବା ଲାଗି ଯୋଜନା ଥିବା ଜଣାଯାଇଛି।
Powered by Froala Editor