ରେଳ ଲାଇନରେ ସେଲ୍ଫି କିମ୍ବା ରିଲ୍ସ କଲେ ଭୋଗିବେ ଜେଲ୍ଦଣ୍ଡ
ଭୁବନେଶ୍ୱର: ଚଳନ୍ତା ରେଳ, ରେଳ ଲାଇନ ଏବଂ ରେଳ ଚାଲୁଥିବା ସମୟରେ ପାର୍ଶ୍ବବର୍ତ୍ତୀରେ ସେଲ୍ଫି କିମ୍ବା ରିଲ୍ସ କଲେ ଅପରାଧିକ ମାମଲା ରୁଜୁ ସହିତ ଜେଲ୍ଦଣ୍ଡ ଭୋଗିବାକୁ ପଡ଼ିବ। ଏ ସଂକ୍ରାନ୍ତରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରିବାକୁ ଆରପିଏଫ ଏବଂ ଜିଆରପିକୁ ପୂର୍ବତଟ ରେଳପଥ ପକ୍ଷରୁ ନିର୍ଦେଶ ଦିଆଯାଇଛି।
ପୂର୍ବତଟ ରେଳପଥ ଜନସାଧାରଣଙ୍କୁ ବିଶେଷକରି ଯୁବପିଢ଼ି ଏବଂ ସାମାଜିକ ଗଣମାଧ୍ୟମ ରୁଚିଶୀଳଙ୍କୁ ରେଳପଥ ଉପରେ, ଟ୍ରାକ୍ ନିକଟରେ କିମ୍ବା ଚାଲୁଥିବା ରେଳର ଫୁଟବୋର୍ଡ କିମ୍ବା ଛାତ ଉପରେ ଭିଡିଓ ସୁଟିଂ କିମ୍ବା ‘ରିଲ୍’ କରିବା ବେଆଇନ ଅଭ୍ୟାସ ବିରୋଧରେ ସତର୍କ କରିଛି।
ରେଳବାଇ ଆଇନ ୧୯୮୯ ଅନୁଯାୟୀ ଦଣ୍ଡନୀୟ ଅପରାଧ। ସାମାଜିକ ଗଣମାଧ୍ୟମର ଖ୍ୟାତି ପାଇବା ପାଇଁ କେହି ବ୍ୟକ୍ତି ସ୍ୱୟଂ ତାଙ୍କର ଏବଂ ରେଳ ପରିଚାଳନାର ସୁରକ୍ଷାକୁ ବିପଦରେ ପକାନ୍ତି। ଏଗୁଡ଼ିକ ଉଚ୍ଚ ବିପଦପୂର୍ଣ୍ଣ କାର୍ଯ୍ୟକ୍ଷମ କ୍ଷେତ୍ର। ଏହି ସ୍ଥାନଗୁଡ଼ିକରେ ଅନଧିକାର ପ୍ରବେଶ କିମ୍ବା ଷ୍ଟଣ୍ଟ ପ୍ରଦର୍ଶନ କରିବା ଜୀବନ ପ୍ରତି ବିପଦ ଥାଏ ଏବଂ ଅପରାଧିକ କାର୍ଯ୍ୟ । ଆରପିଏଫ ଏବଂ ଜିଆରପିକୁ ଉଲ୍ଲଘଂନକାରୀଙ୍କ ବିରୋଧରେ ‘ଶୂନ୍ୟ ସହନଶୀଳତା’ ନୀତି ଅବଲମ୍ବନ କରିବାକୁ ନିର୍ଦେଶ ଦିଆଯାଇଛି।
ଉଲ୍ଲଘଂନକାରୀଙ୍କ ବିରୋଧରେ ରେଳ ଆଇନ ୧୯୮୯ର ଧାରା ୧୪୭ ଏବଂ ୧୫୩ ଅନୁଯାୟୀ ମାମଲା ରୁଜୁ ହେବ। ଯେଉଁଥିରେ ଜେଲ୍ ଦଣ୍ଡ ସହିତ ଆର୍ଥିକ ଦଣ୍ଡ ମଧ୍ୟ ମିଳିବ।
Powered by Froala Editor