ନକଲି ମସଲା କିପରି ଚିହ୍ନିବେ ଜାଣନ୍ତୁ....
ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ମସଲାରେ ମଧ୍ୟ ଅପମିଶ୍ରଣ କରାଯାଉଛି, ଯାହା ସ୍ବାସ୍ଥ୍ୟ ଉପରେ ନକାରାତ୍ମକ
ପ୍ରଭାବ ପକାଉଛି। ତେଣୁ ନକଲି ମସଲା କିପରି ଚିହ୍ନିବେ ଜାଣିରଖନ୍ତୁ କେତୋଟି ସହଜ ଉପାୟ…
ଯଦି ପ୍ୟାକେଟ୍ ନ ଆଣି ଖୋଲାରେ ଲଙ୍କାଗୁଣ୍ଡ ଆଣିଛନ୍ତି ତେବେ ତାହା ଅସଲି କି ନୁହେଁ ଜାଣିବା ଲାଗି ଏକ ଗ୍ଲାସ୍ ପାଣି ନିଅନ୍ତୁ। ସେଥିରେ ୧ ଚାମଚ ଲଙ୍କାଗୁଣ୍ଡ ପକାନ୍ତୁ। ଯଦି ତାହା ତୁରନ୍ତ ପାଣିରେ ଗ୍ଲାସ୍ର ତଳ ଭାଗକୁ ବସିଯାଉଛି ତେବେ ତାହା ନକଲି। କାରଣ ଅସଲି ଲଙ୍କାଗୁଣ୍ଡ କିଛି ସମୟ ପାଣିରେ ଭାସିବା ପରେ ଧୀରେ ଧୀରେ ତଳକୁ ବସିଥାଏ।
ଠିକ୍ ସେହିପରି ହଳଦୀଗୁଣ୍ଡ ଅସଲି କି ନକଲି ଯାଞ୍ଚ କରିପାରିବେ। ୧ କାଚ ଗ୍ଲାସ୍ରେ ପାଣି ନିଅନ୍ତୁ ଏବଂ ସେଥିରେ ୧ ଚାମଚ ହଳଦୀଗୁଣ୍ଡ ପକାନ୍ତୁ। ଯଦି ହଳଦୀଗୁଣ୍ଡ କିଛି ସମୟ ଭାସି ଧୀରେ ଧୀରେ ତଳକୁ ଯିବ ଏବଂ ପାଣି ଫିକା ହଳଦୀ ରଙ୍ଗ ଦେଖାଯିବ ତେବେ ତାହା ଅସଲି ବୋଲି ଜାଣିବେ। ଯଦି ପାଣିରେ ପକାଇବା ମାତ୍ରେ ହଳଦୀଗୁଣ୍ଡ ତଳକୁ ବସିଯିବ ଏବଂ ପାଣିର ରଙ୍ଗ ଗାଢ଼ ହଳଦିଆ ଦିଶିବ ତେବେ ତାହା ନକଲି।
ଏକ ଗିନାରେ ପାଣି ନେଇ ଗୋଲମରିଚ ଗୁଣ୍ଡ ପକାନ୍ତୁ। ଅସଲି ଗୋଲମିରିଚ ପାଣିରେ ବୁଡ଼ିଯାଉଥିବା ବେଳେ ନକଲି ପାଣିରେ ଭାସିବ।
Powered by Froala Editor