ଟଙ୍କା ନେଇ ମିଛ ଚାକିରି ଦେବା ଅଭିଯୋଗରେ ଦୁଇ ଗିରଫ
ସମ୍ବଲପୁର: ଟଙ୍କା ନେଇ ମିଛ ଚାକିରି ଦେବା ଅଭିଯୋଗରେ ସମ୍ବଲପୁର ପୁଲିସ୍ ଦୁଇ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କଠାରୁ ପୁଲିସ୍ ୬୨ ଲକ୍ଷ ଟଙ୍କା ଜବତ କରିଛି। ଟଙ୍କା ନେଇ ମିଛ ଚାକିରୀ ଦେବା ସହ ମିଛ କାମ କରାଉଥିବା ଅଭିଯୋଗ ସମ୍ବଲପୁର ପୁଲିସ ନିକଟକୁ ଆସିଥିଲା । ଗିରଫ ଅଭିଯୁକ୍ତମାନେ ଲୋକଙ୍କ ଭରସା ଜିତି ସଫେଇ କର୍ମୀ ଭାବେ କାର୍ଯ୍ୟ ଦେବା ପାଇଁ ୨ କୋଟି ଟଙ୍କା ଠକି ନେଇଥିବା ସମ୍ବଲପୁର ଏସପି ମୁକେଶ ଭାମୁ କହିଛନ୍ତି। ଏମାନେ ଜଣଙ୍କୁ ଚାକିରୀ ଦେବା ପାଇଁ ୧୨ ହଜାର ଟଙ୍କା ଲେଖାଏଁ ନେଉଥିବା ଏସପି କହିଛନ୍ତି। ତେବେ ବୁର୍ଲା ପୁଲିସର ଅଭିଯୋଗ ଆଧାରରେ ରାହୁଲ ରାଏ ଓ ପଦ୍ମାଳୟା ତାଣ୍ଡି ନାମକ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ ହୋଇଛି।
Powered by Froala Editor