ଓୟୁଏଟି ଜାରି କଲା କୃଷକଙ୍କ ପାଇଁ ମାର୍ଗଦର୍ଶିକା
ଭୁବନେଶ୍ବର: ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ବେଳେ ଆଉ ଦୁଇଟି ଲଘୁଚାପ ପଛକୁ ପଛ ଆସୁଛି। ଲଘୁଚାପ ପ୍ରଭାବ କେତେଦୂର ଓଡ଼ିଶା ଉପରେ ପଡ଼ିବ ତାହା ଭାରତୀୟ ପାଣିପାଗ ବିଭାଗ ଯଦିଓ ସ୍ପଷ୍ଟ କରିନାହିଁ, ହେଲେ କେତେକ ବିଦେଶୀ ପାଣିପାଗ ସଂସ୍ଥା ସମ୍ଭାବ୍ୟ ବାତ୍ୟା ଆକଳନ କରିଛନ୍ତି। କୃଷି ବିଭାଗ ଫସଲ ସୁରକ୍ଷା ଉପରେ ସମୀକ୍ଷା ବୈଠକ କରିଥିବା ବେଳେ ଓୟୁଏଟି କୃଷକଙ୍କ ପାଇଁ ମାର୍ଗଦର୍ଶିକା ଜାରି କରିଛି। ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ରାଜ୍ୟକୁ ଆଗୁଆ ଆସିଥିବା ବେଳେ ନିର୍ଦ୍ଧାରିତ ସମୟରେ ପ୍ରତ୍ୟାବର୍ତ୍ତନ କରିଛି। ରାଜ୍ୟରେ ବର୍ଷା ଭଲ ହୋଇଥିବାରୁ ସାରା ରାଜ୍ୟରେ ଧାନ ଫସଲ ଭଲ ହୋଇଛି।
ସୂଚନା ଅନୁଯାୟୀ, ବାତ୍ୟା କିମ୍ବା ଲଘୁଚାପ ଜନିତ ଝଡ଼ତୋଫାନ ପ୍ରକୋପ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ନବରଙ୍ଗପୁର, କନ୍ଧମାଳ ଆଦି ଜିଲାରେ ପଡ଼ିବାର ସମ୍ଭାବନା ରହିଛି। ଏଭଳି ହେଲେ ଏହିସବୁ ଜିଲାରେ ଫସଲ ବ୍ୟାପକ ଭାବେ ନଷ୍ଟ ହେବାର ସମ୍ଭାବନା ରହିଛି।
Powered by Froala Editor