ପୀତବାସ ହତ୍ୟା ମାମଲା: ଆଉ ଜଣେ ଅଭିଯୁକ୍ତକୁ କୋରାପୁଟରୁ ଉଠାଇ ଆଣିଲା ପୁଲିସ
ଭୁବନେଶ୍ବର: ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ପୁଲିସ ହାତରେ ଧରା ପଡିଛି ଆଉ ଜଣେ ଅଭିଯୁକ୍ତ । ସୁନୀଲ ହୋତା ନାମକ ଆଉ ଜଣେ ଅଭିଯୁକ୍ତକୁ ପୁଲିସ କୋରାପୁଟରୁ ଉଠାଇ ଆଣିଛି । ହତ୍ୟାକାଣ୍ଡ ଘଟାଇବା ପରେ ଅନ୍ୟତମ ଅଭିଯୁକ୍ତ ଉମା ବିଷୋୟୀ ଓ ଗୁଳି ଫୁଟାଇଥିବା ଅଭିଯୁକ୍ତ କୁରୁପତି ଭୂୟାଁ ଜୟପୁରରେ ଥିବା ସୁନୀଲର ଫାର୍ମ ହାଉସରେ ୪ଦିନ ଧରି ରହିଥିଲା । ଉଭୟେ ଫେରାର ଥିବା ବେଳେ ଜୟପୁରରୁ ସୁନୀଲକୁ ଉଠାଇ ଆଣିଛି ପୁଲିସ । ଆଜି ତାକୁ କୋର୍ଟ ଚାଲାଣ କରାଯିବ ।
Powered by Froala Editor