କଏଦୀ ଫେରାର ଘଟଣା: ନିଲମ୍ବିତ ହେଲେ ଦୁଇ ୱାର୍ଡେନ୍
ସୋର: ବାଲେଶ୍ବର ଜିଲା ସୋର ସବ ଜେଲରୁ ଗତକାଲି କଏଦୀ ଫେରାର ଘଟଣାରେ ୨ ୱାଡେନଙ୍କୁ ଡିଜି ନିଲମ୍ବନ କରିଛନ୍ତି। ଆଜି ଜେଲ ବିଭାଗର ଏଡିଜି ଅମିତାଭ ଠାକୁର ଓ ବାଲେଶ୍ୱର ଏସପି ପ୍ରତ୍ୟୁଷ ଦିବାକର ସୋର ଜେଲ ପରିଦର୍ଶନ କରିଛନ୍ତି। ପରିଦର୍ଶନ ପରେ ଏଡିଜି ଶ୍ରୀ ଠାକୁର ତଦନ୍ତ କରି ରିପୋର୍ଟ ଡିଜିଙ୍କୁ ଜଣାଇବେ ବୋଲି ସୂଚନା ଦେଇଛନ୍ତି। ଫେରାର କଏଦୀ ଦୀପକ ରାୟକୁ ଯଥା ଶୀଘ୍ର ଗିରଫ ପାଇଁ ଉଦ୍ୟମ କରାଯିବା ନେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଜେଲରେ ଅଭାବ କର୍ମଚାରୀଙ୍କ ସଂଖ୍ୟା ଡିଜିଙ୍କ ସହିତ ଆଲୋଚନା କରି ବୃଦ୍ଧି କରାଯିବ ବୋଲି କହିଥିଲେ। ବାଲେଶ୍ୱର ଏସପି ପ୍ରତ୍ୟୁଷ ଦିବାକର ଜେଲ ପରିଦର୍ଶନ କରି ଫେରାର କଏଦୀକୁ ଯେକୌଣସି ଉପାୟରେ ଧରିବାକୁ ପୁଲିସ ପ୍ରୟାସ ଜାରି ରଖିଛି ବୋଲି କହିଥିଲେ। ରାଜପଥ, ରେଳ ଷ୍ଟେସନ, ବସଷ୍ଟାଣ୍ଡ ପୁଲିସ ଫେରାର କଏଦୀ ଉପରେ ପୁଲିସ ନଜର ରଖିଛି। ଫେରାର କଏଦୀ ଦୀପକ ରାୟ ଘର ଝାଡ଼ଖଣ୍ଡ ବୋକାରୋ ପୁଲିସ ସହିତ ଜିଲା ପୁଲିସ ଯୋଗାଯୋଗରେ ରହିଛି।
ଘଟଣା ଦିନ ରାତିରେ ବାରିପଦା ସିନିୟର ଜେଲ ସୁପରିଣ୍ଟେଣ୍ଡେଣ୍ଟ ମନୋରଞ୍ଜନ ପ୍ରତିହାରୀ ରାତି ୧୧ଟାରୁ ରାତି ୩ଟା ପର୍ଯ୍ୟନ୍ତ ସବ ଜେଲରେ ତଦନ୍ତ କରିଥିଲେ। ଆଜି ଜେଲ ଡିଜି ସୁଶାନ୍ତ ନାଥ ସବ ଜେଲରେ କାର୍ଯ୍ୟରତ ଥିବା ଦୁଇ ୱାଡେନଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି।
Powered by Froala Editor