ପୀତବାସ ହତ୍ୟା ମାମଲାରେ ୧୨ ଗିରଫ
ବ୍ରହ୍ମପୁର: ଆଇନଜୀବୀ ପୀତବାସ ହତ୍ୟା ମାମଲାରେ ବ୍ରହ୍ମପୁର ପୁଲିସ ବିଜେଡିର ଗଞ୍ଜାମ ଜିଲ୍ଲା ସଭାପତି ତଥା ବ୍ରହ୍ମପୁର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ସମେତ ମୋଟ ୧୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ୧୨ ଜଣ ମଧ୍ୟରେ ବ୍ରହ୍ମପୁରର ପୂର୍ବତନ ମେୟର ଶିବଶଙ୍କର ଦାସ ଓରଫ ପିଣ୍ଟୁ ଏବଂ ବର୍ତ୍ତମାନର ୪୧ ନମ୍ବର ୱାର୍ଡ କର୍ପୋରେଟର ମଳୟ ବିଷୋୟୀ, ବିଜେଡି ନେତା ମଦନ ଦଳାଇ, ଛାତ୍ରନେତା ଯୋଗୀ ରାଉତ, ରାଜେନ୍ଦ୍ର ସାହୁ ଓ କାଳିଆ ଭୂୟାଁ ,ବିପିନ ସ୍ୱାଇଁ, ସୀମାଞ୍ଚଳ ସ୍ୱାଇଁ, ସିସ୍ ପାସୱାନ ଓ କୁନ୍ଦନ ପାସୱାନ ।
ବିକ୍ରମ ଓ ପିଣ୍ଟୁ ଦାସ ମିଳିତ ଭାବେ ଏହି ଷଡ଼ଯନ୍ତ୍ର କରିଥିଲେ । ମୋଟ ୫୦ ଲକ୍ଷ ଟଙ୍କାର ଡିଲ ହୋଇଥିବା ବେଳେ ସୁଟର ମାନେ ଆଗୁଆ ୧୦ ଲକ୍ଷ ନେଇଥିଲେ। ତିନି ଜଣ ଅଭିଯୁକ୍ତ ଏବେ ମଧ୍ୟ ଫେରାର ଅଛନ୍ତି ବୋଲି ଏସପି କହିଛନ୍ତି ।
Powered by Froala Editor