ଆଜି ପର୍ଯ୍ୟନ୍ତ ଇସ୍କନ ଭାରତ ବର୍ଷରେ ଅଦିନିଆ ରଥଯାତ୍ରା କରିନାହିଁ: ଇସ୍କନ
ନୂଆଦିଲ୍ଲୀ: ଅଦିନିଆ ରଥଯାତ୍ରା ନେଇ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟୋକ୍ତି ରଖିଲା ଇସ୍କନ । ଗଜପତି ମହାରାଜାଙ୍କ ତାଗିଦ ପରେ ଇସ୍କନ ଅଦିନିଆ ରଥଯାତ୍ରା କରିନାହିଁ କି ଆଗକୁ କରିବ ନାହିଁ ବୋଲି ଇସ୍କନ ପକ୍ଷରୁ କୁହାଯାଇଛି । ମାତ୍ର କିଛି ଗଣମାଧ୍ୟମ ବିଭ୍ରାନ୍ତିକର ଖବର ପରିବେଶଣ କରୁଛନ୍ତି । ଏନେଇ ଅଭିଯୋଗ କରିଛନ୍ତି ଇସ୍କନର ସନାତନ ସଂସ୍କୃତି ପ୍ରଚାରକ ପ୍ରାଣେଶ୍ୱର କ୍ରିଷ୍ଣ ଦାସ । ବିଭ୍ରାନ୍ତିକର ଖବର ପରିବେଷଣ ନ କରିବାକୁ ସେ ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି । ସୋସିଆଲ ମିଡ଼ିଆରେ ଯେଉଁ ରଥଯାତ୍ରା ନେଇ ଭିଡ଼ିଓ ଭାଇରାଲ ହେଉଛି ତାହା ଇସ୍କନର ନୁହେଁ । ତାହା ମଧୁବନ ଆଶ୍ରମର ବୋଲି ସ୍ପଷ୍ଟ ମତ ରଖିଛି ଇସ୍କନ ।
ଧାର୍ମିକ ସଂଗଠନକୁ ମିଥ୍ୟା ଆରୋପ ପ୍ରତ୍ୟରୋପ ବନ୍ଦ କରନ୍ତୁ । ଗଜପତି ମହାରାଜାଙ୍କ ଆଦେଶ ପରେ ,ଆଜି ପର୍ଯ୍ୟନ୍ତ ଇସ୍କନ ଭାରତ ବର୍ଷରେ ଅଦିନିଆ ରଥଯାତ୍ରା କରିନାହିଁ , ବୋଲି କହିଛନ୍ତି ଇସ୍କନର ସନାତନ ସଂସ୍କୃତି ପ୍ରଚାରକ ପ୍ରାଣେଶ୍ୱର କ୍ରୀଷ୍ଣ ଦାସ ।
Powered by Froala Editor