ଯୋଗାଯୋଗ ବିଚ୍ଛିନ୍ନ, ପୋଲ ଉପରେ ୪ ଫୁଟର ପାଣି

ଭୁବନେଶ୍ବର: ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁଁ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ପ୍ରାୟ ୫୦ରୁ ଊର୍ଦ୍ଧ୍ବ ଗ୍ରାମକୁ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ଏଥିସହିତ ବୀରମହାରାଜପୁରରୁ ଅମରପାଲି, ଯୁଜୋମୁରା ଦେଇ ସମ୍ବଲପୁର ଓ ଚାରମାଳ ଦେଇ ରେଢାଖୋଲକୁ ମଧ୍ୟ ସଡ଼କ ଯୋଗାଯୋଗ ବ୍ୟାଘାତ ହୋଇଛି। ଏହି ବ୍ୟସ୍ତବହୁଳ ରାସ୍ତା ଦେଇ ପ୍ରତ୍ୟହ ହଜାର ହଜାର ସଂଖ୍ୟକ ଲୋକ ଓ ଯାନବାହାନ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଛି। ମଙ୍ଗଳବାର ପୂର୍ବାହ୍ଣରେ
ଲୁତୁରପଙ୍କ-ଭୁତିଆପାଲି ରାସ୍ତା ମଝିରେ ଯାଇଥିବା ଘୁଙ୍ଗି ଯୋର ପୋଲ ଉପରେ ଅଚାନକ ପ୍ରାୟ ୪ ଫୁଟ୍ର ବନ୍ୟା ପାଣି ପ୍ରବାହିତ ହେବା ଫଳରେ ଏହି ରାସ୍ତାରେ ଯାଉଥିବା ଗାଡ଼ିମୋଟର ଓ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।
Powered by Froala Editor