ପ୍ରେମରେ ଅନ୍ଧ ହୋଇ ନିଜ ମଥାରୁ ସିନ୍ଦୁର ପୋଛିଲା ସ୍ତ୍ରୀ
କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ପ୍ରେମିକ ପ୍ରେମରେ ଅନ୍ଧ ହୋଇ ସ୍ତ୍ରୀ ନିଜ ମଥାରୁ ସିନ୍ଦୁର ପୋଛି ଦେଇଛି । ସୂଚନାଯୋଗ୍ୟ ଯେ, ପାଟଣା ଥାନା ଆଞ୍ଚଳ ସାହାରପଡା କଲେଜ ନିକଟରେ ରାସ୍ତା କଡ଼ରୁ ୨୯ ତାରିଖ ଠାକୁରମୁଣ୍ଡା ଥାନା ଅଞ୍ଚଳ ଜଡବିଲ ଗ୍ରାମର ବିରଞ୍ଚି ମହାନ୍ତ(୩୫)ଙ୍କ ମୃତ ଦେହ ପୁଲିସ ଉଦ୍ଧାର କରିଥିଲା । ପ୍ରଥମେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା ପୁଲିସ । କିନ୍ତୁ ମୃତ ବିରଞ୍ଚିଙ୍କ ବଡଭାଇ ଜଡବିଲ ଗ୍ରାମର ସୁରେଶ ଚନ୍ଦ୍ର ମହାନ୍ତ ତାଙ୍କ ସାନ ଭାଇଙ୍କୁ ହତ୍ୟା କରାଯାଇଥିବା ପାଟଣା ଥାନାରେ ଅଭିଯୋଗ କରିଥିଲେ । ଏନେଇ ପାଟଣା ଥାନା ମାମଲା ସଂଖ୍ୟା ୨୪୫/୨୦୨୫ ଅନୁସାରେ ସାହାରପଡା ଫାଣ୍ଡି ଅଧିକାରୀ ପାର୍ତ୍ତ ଓରାମ ଘଟଣାର ତଦନ୍ତ କରୁଥିଲେ । ପୁଲିସର ଛାନଭିନ୍ ପରେ ବିରଞ୍ଚିଙ୍କୁ ତାଙ୍କ ପତ୍ନୀ ବର୍ଷାରାଣୀ ମହାନ୍ତ(୩୦)ଓ ତାଙ୍କ ପ୍ରେମିକ ପାଟଣା ଥାନା କମାରମରା ଗ୍ରାମର ପୁରେନ୍ଦ୍ର ମହାକୁଡ଼ ଓରଫ ଭକ୍ତବନ୍ଧୁ (୨୮)ତଣ୍ଟି ଚିପି ମାରିଥିବା ସ୍ପଷ୍ଟ ହୋଇଥିଲା ।
ସେମାନେ ଗତ ୨୮ ତାରିଖ ରାତି ୧୨ ଟା ପରେ ବିରଞ୍ଚି ଓ ପତ୍ନୀ ବର୍ଷା ବସ୍ ଯୋଗେ ଭୁବନେଶ୍ୱରରୁ କରଞ୍ଜିଆ ଆସିଥିଲେ । ସେଠାରେ ପୂର୍ବରୁ ଅପେକ୍ଷା କରିଥିବା ପ୍ରେମିକ ପୁରେନ୍ଦ୍ର ବାଇକରେ ବିରଞ୍ଚି ଓ ବର୍ଷାଙ୍କୁ ବସାଇ ବିରଞ୍ଚିଙ୍କ ଭଉଣୀ ଘର ମାଟିଆଗୁନି ଗ୍ରାମକୁ ନେଇ ଛାଡିବାକୁ ଯାଇଥିଲେ । କିନ୍ତୁ ଭଉଣୀ ଘର ବାଟ ସାହାରପଡା କଲେଜ ନିକଟରେ ଉଭୟଙ୍କ ମଧ୍ୟରେ କଳି ଝଗଡା ହୋଇଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ବର୍ଷା ଓ ପୁରେନ୍ଦ୍ର ବିରଞ୍ଚିର ତଣ୍ଟି ଚିପି ହତ୍ୟା କରିଥିବା ନେଇ ଉଭୟ ସ୍ୱୀକାର କରିଛନ୍ତି ।
Powered by Froala Editor