ଶିଳ୍ପା ସେଟ୍ଟୀଙ୍କୁ ୪ ଘଣ୍ଟା ମାରାଥନ ଜେରା

ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ମୁମ୍ବାଇ ପୁଲିସର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ପଚରାଉଚରା କରିଛି। ଶିଳ୍ପା ସେଟ୍ଟୀଙ୍କୁ ସାଢେ ୪ ଘଣ୍ଟା ମାରାଥନ ଜେରା କରାଯାଇଛି। ୬୦ କୋଟି ଟଙ୍କା ଠକେଇ ମାମଲାରେ ମୁମ୍ବାଇ ପୋଲିସର ଅର୍ଥନୈତିକ ଅପରାଧ ଶାଖା(EOW) ପକ୍ଷରୁ ଶିଳ୍ପାଙ୍କୁ ଜେରା କରାଯାଇଛି।
ରିପୋର୍ଟ ଅନୁଯାୟୀ, ପଚରାଉଚରା ପରେ ଏହି ମାମଲାରେ ତାଙ୍କର କିମ୍ବା ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ସମ୍ପୃକ୍ତି ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ପ୍ରକାଶ କରାଯାଇ ନାହିଁ। ଏହା ଉଲ୍ଲେଖନୀୟ ଯେ ଠକେଇ ମାମଲାକୁ ନେଇ ରାଜ କୁନ୍ଦ୍ରାଙ୍କ ସମେତ ପାଞ୍ଚ ଜଣଙ୍କ ବୟାନ ଏପର୍ଯ୍ୟନ୍ତ ରେକର୍ଡ କରାଯାଇଛି।
ଚଳିତବର୍ଷ ଅଗଷ୍ଟ ମାସରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ, ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କ ବିରୋଧରେ ଜଣେ ବ୍ୟବସାୟୀଙ୍କୁ ୬୦ କୋଟିରୁ ଅଧିକ ଠକେଇ କରିଥିବା ଅଭିଯୋଗରେ ଏକ ମାମଲା ରୁଜୁ କରାଯାଇଥିଲା। ସେପ୍ଟେମ୍ବର ପୂର୍ବରୁ, ଇଓଡବ୍ଲୁ ଠକେଇ ଅଭିଯୋଗରେ ବଲିଉଡ୍ ଅଭିନେତ୍ରୀ ଏବଂ ତାଙ୍କ ସ୍ୱାମୀଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି କରିଥିଲା।
Powered by Froala Editor