ନୂଆପଡା ଉପନିର୍ବାଚନରେ ଜିତିବ ବିଜେଡି: ପ୍ରମିଳା ମଲ୍ଲିକ

ଭୁବନେଶ୍ବର: ନୂଆପଡା ଉପନିର୍ବାଚନରେ ଜିତିବ ବିଜେଡି । ଏନେଇ ଦମ୍ଭୋକ୍ତି ଦେଖାଇଛନ୍ତି ବିଜେଡି ବିଧାୟିକା ତଥା ଦଳର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ । ଉପନିର୍ବାଚନକୁ ନେଇ ପ୍ରମିଳା କହିଛନ୍ତି ଯେ ନୂଆପଡା ନିର୍ବାଚନମଣ୍ଡଳୀ ବିଜେଡିର ଥିଲା ଓ ରହିବ । ଏହି ଉପନିର୍ବାଚନରେ ୪୦ରୁ ୫୦ହଜାର ଭୋଟରେ ବିଜେଡି ବିଜୟୀ ହେବ । ନୂଆପଡାର ବିକାଶ ପ୍ରତି ରାଜେନ୍ଦ୍ର ଢୋଲକିଆଙ୍କ ଅବଦାନ ରହିଛି । ଲୋକେ ନବୀନଙ୍କୁ ମନେ ପକାଉଛନ୍ତି । ନବୀନ ଯାହାକୁ ଟିକେଟ ଦେବେ ସେ ଜିତିବ, ଦୃଢୋକ୍ତି ବାଢିଛନ୍ତି ପ୍ରମିଳା ।
Powered by Froala Editor