କର୍ଫ୍ୟୁ: ନେତାଜୀ ବସ୍ ଟର୍ମିନାଲରେ ବସ ଚଳାଚଳ ସ୍ୱାଭାବିକ

କଟକ: କଟକରେ କର୍ଫ୍ୟୁ ସତ୍ତ୍ବେ ସ୍ୱାଭାବିକ ରହିଛି ବସ୍ ଚଳାଚଳ । ନେତାଜୀ ବସ୍ ଟର୍ମିନାଲରେ ବସ ଚଳାଚଳ ସ୍ୱାଭାବିକ ଥିବା ଦେଖିବାକୁ ମିଳିଛି । ପ୍ରତିଦିନ କଟକକୁ ବିଭିନ୍ନ ଜିଲାରୁ ଓ ରାଜ୍ୟ ବାହାରୁ ପ୍ରତିଦିନ ବହୁ ଯାତ୍ରୀ ଯାତାୟାତ କରିଥାନ୍ତି । ଏଥିପାଇଁ କର୍ଫ୍ୟୁ ଲାଗୁ ହୋଇଥିଲେ ମଧ୍ୟ ବସ ଚଳାଚଳ ଜାରି ରହିଛି । ରାଜ୍ୟର ବିଭିନ୍ନ ଜିଲାକୁ ଏଠାରୁ ବସ ଚଳାଚଳ କରୁଛି । ସକାଳୁ ସକାଳୁ କଟକର ବିଭିନ୍ନ ସ୍ଥାନରେ କର୍ଫ୍ୟୁକୁ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି। ବିଭିନ୍ନ ସ୍ଥାନରେ ପୁଲିସ ପଇଁତରା ମାରୁଛି। କଟକରେ ଆଜି ସନ୍ଧ୍ୟା ୭ଟା ଯାଏଁ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି।
Powered by Froala Editor