୩୬ଘଣ୍ଟା କର୍ଫ୍ୟୁ ଜାରି, ଖୋଲା ରହିଛି ପେଟ୍ରୋଲ୍ ପମ୍ପ, ହସ୍ପିଟାଲ, ମେଡିସିନ୍ ଷ୍ଟୋର ଓ ଗ୍ରୋସରୀ

କଟକ: କଟକରେ ୩୬ଘଣ୍ଟା ପାଇଁ କର୍ଫ୍ୟୁ ଜାରି ହୋଇଛି । ସହରରେ ଜଗିଛନ୍ତି ୬୦ପ୍ଲାଟୁନ୍ ପୁଲିସ ଫୋର୍ସ । ସେହିପରି ୮କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ ମଧ୍ୟ ମୁତୟନ ହୋଇଛନ୍ତି । ଗତକାଲି ରାତି ୧୦ଟାରୁ ୩୬ଘଣ୍ଟା ପାଇଁ ୧୩ଟି ଥାନା ଅଞ୍ଚଳରେ ଜାରି ହୋଇଛି କର୍ଫ୍ୟୁ । କଟକରେ ଆଜି ସନ୍ଧ୍ୟା ୭ଟା ଯାଏଁ ଇଣ୍ଟରନେଟ୍ ସେବା ବନ୍ଦ । ସିଏମସି, ସିଡିଏ ଓ ବୟାଳିଶି ମୌଜା ଅଞ୍ଚଳ ପାଇଁ କଟକଣା ଲାଗୁ କରାଯାଇଛି । ହ୍ୱାଟସ ଆପ୍, ଫେସବୁକ୍, ଇନଷ୍ଟାଗ୍ରାମ୍, ସ୍ନାପ୍ ଚାଟ୍, ଏକ୍ସ ସମେତ ସମସ୍ତ ସୋସିଆଲ ମିଡ଼ିଆ ସାଇଟ୍ ବ୍ୟବହାରକୁ ବନ୍ଦ କରାଯାଇଛି ।ତେବେ ଏହି ସମୟରେ କଟକରେ ମେଡିକାଲ୍ ଓ ଅତ୍ୟାବଶ୍ୟକ ସେବା କର୍ଫ୍ୟୁରୁ ବାଦ୍ ଦିଆଯାଇଛି । ପେଟ୍ରୋଲ୍ ପମ୍ପ, ହସ୍ପିଟାଲ, ମେଡିସିନ୍ ଷ୍ଟୋର ଓ ଗ୍ରୋସରୀ ଦୋକାନ ସବୁ ଖୋଲା ରହିଛି । କଟକରେ କର୍ଫ୍ୟୁ କଟକଣା ନେଇ ଅତିରିକ୍ତ ପୁଲିସ୍ କମିଶନର ସୂଚନା ଦେଇ କହିଛନ୍ତି ଯେ ଅଧିକ ବସ୍ ଚଳାଚଳ ନକରିବା ପାଇଁ ଅନୁରୋଧ କରାଯାଇଛି । ସହରରେ ଥିବା ସବୁ ସରକାରୀ ଅଫିସ୍ ଓ ଏସସିବି ମେଡିକାଲ ଖୋଲା ରହିଛି ।
Powered by Froala Editor