ବାରହା କବଳରୁ ଉଦ୍ଧାର ହେଲେ ୫ ପର୍ଯ୍ୟଟକ

ଖୋର୍ଦ୍ଧା : ବରୁଣେଇରେ ବାରହା କବଳରେ ଥିବା ୫ ଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ, ରବିବାର ବରୁଣେଇକୁ ବୁଲିବାକୁ ପର୍ଯ୍ୟଟକମାନେ ଆସିଥିଲେ। ବାରହା ସେମାନଙ୍କୁ ଆକ୍ରମଣ କରିଥିଲା। ଏଥିରେ ୩ ଜଣ ପର୍ଯ୍ୟଟକ ଗୁରୁତର ଆହତ ହୋଇଥିଲେ। ଖବର ପାଇ ସ୍ଥାନୀୟ ପୁଲିସ ଏବଂ ବନ ବିଭାଗ କର୍ମଚାରୀମାନେ ପହଞ୍ଚି ଆହତ ପର୍ଯ୍ୟଟକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହିଂସ୍ର ବାର୍ହା ଭୟରେ ୫ ପର୍ଯ୍ୟଟକ ଗଛ ଉପରେ ଆଶ୍ରୟ ନେଇଥିଲେ। ଆଜି ସେମାନଙ୍କୁ ଉଦ୍ଧାର କରାଯାଇଛି। ପର୍ଯ୍ୟଟକଙ୍କୁ ଉଦ୍ଧାର କରିବାକୁ ଯାଇଥିବା ଜଣେ ପୁଲିସ୍ କର୍ମଚାରୀଙ୍କ ମୃତ୍ୟୁ ଘଟିଛି।
Powered by Froala Editor