ବିଭତ୍ସ ହତ୍ୟାକାଣ୍ଡ: ଯୁବକଙ୍କ ପେଟକୁ ଛୁରିମାଡ

ଆସିକା : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅଞ୍ଚଳରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ରେଡି ଦାମଦରପଲ୍ଲିରେ ଜଣଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ମୃତକ ଜଣକ ୩୪ ବର୍ଷୀୟ ଡି. ଶଙ୍କର ରେଡ୍ଡି ବୋଲି ଜଣାପଡିଛି। ହତ୍ୟାର କାରଣ ଜଣାପଡିନାହିଁ। ଗତକାଲି ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ହୋଇଥିବା ଜଣାପଡିଛି। ଶଙ୍କରଙ୍କ ପେଟକୁ ଛୁରିମାଡ ହୋଇଥିଲା। ମେଡିକାଲକୁ ନେବା ସମୟରେ ଯୁବକଙ୍କର ମୃତ୍ୟୁ ହୋଇଛି। ପୁଲିସ୍ ତଦନ୍ତ ଜାରି ରଖିଛି।
Powered by Froala Editor