କଟକରେ କର୍ଫ୍ୟୁ: ସୋସିଆଲ ମିଡିଆ ଉପରେ କଟକଣା ଲାଗୁ

କଟକ: କଟକ ଅଶାନ୍ତ ଥିବାରୁ କର୍ଫ୍ୟୁ ଲାଗିଛି। ସହରର କିଛି ଅଞ୍ଚଳ ଯଥା ଦରଘାବଜାର, ମଙ୍ଗଳାବାଗ, କ୍ୟାଣ୍ଟେନମେଣ୍ଟ, ପୁରୀଘାଟ, ଲାଲବାଗ, ବିଡାନାସୀ, ମର୍କତନଗର. ସିଡିଏ ଫେଜ-୨, ବାଦାମବାଡି, ବୟାଳିଶ ମୌଜା, ସଦର ଥାନା, ଜଗତପୁର, ମାଲଗୋଦାମ ଭଳି ୧୩ଟି ଥାନା ଅଞ୍ଚଳରେ କର୍ଫ୍ୟୁ ବଳବତ୍ତର ରହିବ। ଏ ନେଇ ସୂଚନା ଦେଇଛନ୍ତି ପୁଲିସ୍ କମିଶନର ଏସ୍ ଦେବଦତ୍ତ ସିଂ। ଆସନ୍ତାକାଲି ସକାଳ ୧୦ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ। ଏପରିକି କଟକ ସହରରେ ସୋସିଆଲ ମିଡିଆ ଉପରେ ମଧ୍ୟ କଟକଣା ଲଗାଯାଇଛି। ହ୍ବାଟସ୍ ଆପ୍ , ଫେସ୍ବୁକ୍ , ଇନଷ୍ଟାଗ୍ରାମ୍ , ଏକ୍ସ ଓ ସ୍ନାପ୍ଚାଟ୍ ବନ୍ଦ କରାଯାଇଛି।
Powered by Froala Editor