ଗିରଫ ହେଲେ ଦୁଇ କୁଖ୍ୟାତ ଠକ
ଭୁବନେଶ୍ଵର : ଦୁଇ ଜଣ କୁଖ୍ୟାତ ଠକକୁ ଗିରଫ କଲା କମିଶନରେଟ୍ ପୁଲିସ୍। ଗିରଫ ଦୁଇ ଅଭିଯୁକ୍ତ ହରିୟାଣାର ରିଙ୍କୁ ସାଇନି ଏବଂ ମନିନ୍ଦର ସିଂ ବୋଲି ଜଣାପଡିଛି। ରିଙ୍କୁ ସୋସିଆଲ ଜଷ୍ଟିସ୍ ଆଣ୍ଡ ଓ୍ବିମେନ୍ ଏମ୍ପାଓ୍ବାରମେଣ୍ଟ କମିଶନ କହି ଠକୁଥିଲେ। ରିଙ୍କୁଙ୍କ ପର୍ସନାଲ ଆସିଷ୍ଟାଣ୍ଡ କହି ମନିନ୍ଦର ମଧ୍ୟ ଠକେଇରେ ସାମିଲ ଥିଲେ। ଭୁବନେଶ୍ଵର ମୈତ୍ରୀବିହାର ଅଞ୍ଚଳରୁ ପୁଲିସ୍ ଉଭୟଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ସ୍ଵରାଷ୍ଟ୍ର ମନ୍ତ୍ରାଳୟ ସହ ଯୋଗାଯୋଗ କରିବା ପରେ ସତ୍ୟାସତ୍ୟ ଜଣାପଡିଥିବା କହିଛନ୍ତି ସିପି।
Powered by Froala Editor