ପ୍ରବଳ ବର୍ଷା : ଭାଙ୍ଗିଲା ପୂଜା ମଣ୍ଡପ ତାଜା, ୩ ଆହତ

କଟକ: କଟକରେ ଦଶହରା ମାହୋଲ ଚାଲିଥିବା ବେଳେ ପ୍ରବଳ ବର୍ଷା ପୂଜାକୁ ଫିକା କରିଦେଇଛି। ପ୍ରବଳ ବର୍ଷା ଯୋଗୁଁ କଲେଜ ଛକରେ ଥିବା ଲାଇଟ୍ ଗେଟ୍ ଭୁଶୁଡି ପଡିଛି। କଟକ ରାଜାବଗିଚାରେ ପୂଜା ମଣ୍ଡପର ତାଜା ଭାଙ୍ଗିଯାଇଛି। ଏଥିରେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି। ସର୍ବୋଦୟପୁର ପୂଜା କମିଟି ପକ୍ଷରୁ ପୂଜା ଚାଲିଥିବାବେଳେ ଏଭଳି ଅଘଟଣ ଘଟିଛି। ଆହତ ୩ ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି।
Powered by Froala Editor