ଆମ୍ବୁଲାନ୍ସରେ ଆସିଲେ, ଷ୍ଟ୍ରେଚରରେ ଯାଇ ପତିତପାବନଙ୍କୁ ଦର୍ଶନ କଲେ ରୋଗୀ

ପୁରୀ : ଚିକିତ୍ସାଧୀନ ଅବସ୍ଥାରେ ଡ଼ାକ୍ତରଖାନାରୁ ଜଣେ ରୋଗୀ ଆମ୍ବୁଲାନ୍ସରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ଆମ୍ବୁଲାନ୍ସରେ ଥିବା ଷ୍ଟ୍ରେଚରକୁ ବାହାରକୁ ଅଣାଯିବା ପରେ ରୋଗୀଜଣକ ମହାପ୍ରଭୁ ଶ୍ରୀ ପତିତପାବନଙ୍କୁ ଦର୍ଶନ କରିଛନ୍ତି। ତାଙ୍କୁ ସୁସ୍ଥ କରିଦେଲେ ପ୍ରତ୍ୟହ ଶ୍ରୀମନ୍ଦିରକୁ ଯାଇ ତାଙ୍କୁ ଦର୍ଶନ କରିବେ ବୋଲି କହିଛନ୍ତି। ସୋମବାର ବିଳମ୍ବିତ ରାତିରେ ଏଭଳି ବିରଳ ଦୃଶ୍ୟ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ ଚିକିତ୍ସାଧୀନ ଥିବା ଜଣେ ବ୍ୟକ୍ତି ସିଂହଦ୍ବାର ସମ୍ମୁଖକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ପରିବାର ଲୋକଙ୍କୁ କହିଥିଲେ। ଏଥିପାଇଁ ସେ ଜିଦ୍ କରିବାରୁ ସମ୍ପର୍କୀୟ ମାନେ ଏକ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ସିଂହଦ୍ବାର ନିକଟକୁ ନେଇଥିଲେ। ସେଠାରେ ପହଞ୍ଚିବା ମାତ୍ରେ ରୋଗୀ ଅତ୍ୟନ୍ତ ଭାବବିହ୍ୱଳ ହୋଇ ପଡ଼ିଥିଲେ। ହେ ମହାପ୍ରଭୁ ଶ୍ରୀଜଗନ୍ନାଥ ମୋତେ ସୁସ୍ଥ କରିଦିଅ ବୋଲି ସେ ଆକୁଳ ନିବେଦନ କରିଥିଲେ। ଆମ୍ବୁଲାନ୍ସ ଭିତରୁ ଷ୍ଟ୍ରେଚରରେ ଶୋଇଥିବା ଅବସ୍ଥାରେ ତାଙ୍କୁ ତଳକୁ ବାହାର କରାଯାଇଥିଲା।
Powered by Froala Editor