ଏମିତି କେବେ ପୋସ୍ତ ଚିକେନ କରି ଖାଆନ୍ତୁ, ହାତ ଚାଟିବେ

ଆବଶ୍ୟକ ସାମଗ୍ରୀ-
ଚିକେନ, ପୋସ୍ତ ବଟା, ଅଦା, ରସୁଣ, ପିଆଜ, କଂଚା ଲଙ୍କା, ହଳଦୀ ପାଉଡର, ଲଙ୍କା ପାଉଡର, ଜିରା ପାଉଡର, ଟମାଟୋ, ଭ୍ରୁସଙ୍ଗ ପତ୍ର, ଲୁଣ, ଧନିଆ ପାଉଡର, ତେଲ, ଲେମ୍ବୁ ରସ ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଚିକେନକୁ ଧୋଇ ସେଥିରେ ହଳଦୀ ପାଉଡର, ଲୁଣ, ପୋସ୍ତ ବଟା, କଟା ପିଆଜ, ଅଦା,ରସୁଣ ଛେଚା, ଜିରା ପାଉଡର, ଧନିଆ ପାଉଡର ଏବଂ ଅଳ୍ପ ତେଲ ପକାଇ ଗୋଳାଇ ୧୦ ରୁ ୧୫ ମିନିଟ ଯାଏଁ ରଖିବେ । ତାପରେ ଗ୍ୟାସରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବା ପରେ ସେଥିରେ, କଟା କଂଚା ଲଙ୍କା, ଭ୍ରୁସଙ୍ଗ ପତ୍ର ପକାଇ ଫୁଟାଇବେ । ଏହାପରେ ସେଥିରେ, ଗୋଳାଇ ରଖିଥିବା ଚିକେନକୁ ମସଲା ସହିତ ପକାଇ ମିକ୍ସ କରିବେ । ତାପରେ ସେଥିରେ ଲଙ୍କା ପାଉଡର, ଲେମ୍ବୁ ରସ, କଟା ଟମାଟୋ ପକାଇ ମିକ୍ସ କରି କିଛି ସମୟ କଷିବେ । ତାପରେ ସେଥିରେ ଆବଶ୍ୟକ ଅନୁଯାୟୀ ପାଣି ଢାଳି ଚିକେନକୁ ସିଝିବାକୁ ଛାଡିବେ । ଦେଖିବେ ଚିକେନ ସିଝି ଆସିଲେ ଗ୍ୟାସ୍ ବନ୍ଦ କରିବେ । ପ୍ରସ୍ତୁତ ହୋଇଗଲା ପୋସ୍ତ ଚିକେନ । ଏବେ ଏହାର ମଜା ନେଇ ପାରିବେ ।
Powered by Froala Editor