ଆସିବେ ମୋଦି, ପ୍ରଧାନମନ୍ତ୍ରୀଙ୍କ ସଭାସ୍ଥଳ ସମୀକ୍ଷା ଜାରି
ଝାରସଗୁଡା: ଆସନ୍ତା ୨୭ ତାରିଖରେ ଝାରସୁଗୁଡ଼ା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସଭା ପାଇଁ ଅମଲିପାଲୀସ୍ଥିତ ପଡ଼ିଆରେ ପ୍ରସ୍ତୁତି ଜୋରସୋରରେ ଜାରି ରହିଛି। ଆଜି ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ, ପୁଲିସ ଏଡିଜି ସନ୍ତୋଷ ବାଲା, ସ୍ୱତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ଆସି ପ୍ରସ୍ତାବିତ ସଭାସ୍ଥଳରେ ପହଞ୍ଚିଛନ୍ତି।
ଉତ୍ତରାଞ୍ଚଳ ରାଜସ୍ବ କମିଶନର ସଚିନ ରାମଚନ୍ଦ୍ର ଯାଦବ, ପୁଲିସ ଆଇଜି ହିମାଂଶୁ ଲାଲ, ଜିଲାପାଳ କୁନାଲ ମୋତିରାମ ଚୌହ୍ୱାନ, ଏସପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର, ଆଇଏଏସ୍ ଅରବିନ୍ଦ ଅଗ୍ରୱାଲ୍ ଓ ପୂର୍ତ୍ତ ସଚିବ ମଧ୍ୟ ସେମାନଙ୍କ ସହ ଉପସ୍ଥିତ ରହି ପ୍ରସ୍ତୁତି ନେଇ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସଭାସ୍ଥଳକୁ ଆସିବାର ରୁଟ ଠାରୁ ନେଇ ପାର୍କିଂ ଯାଏ ତମାମ ଦିଗ ଉପରେ ସମୀକ୍ଷା ଜାରି ରହିଛି।
Powered by Froala Editor