ଖୋଲିବ ସ୍କୁଲ : ଅଗଷ୍ଟ ୧୬ରୁ ନବମ, ସେପ୍ଟେମ୍ବର ୧୫ରୁ ଏକାଦଶ
ଭୁବନେଶ୍ୱର : ସ୍କୁଲ ଓ କଲେଜ ଖୋଲିବା ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ଉଭୟ ସରକାରୀ ଓ ବେସରକାରୀ ବିଦ୍ୟାଳୟରେ ଏହା ଲାଗୁ ହେବ । ପ୍ରଥମେ ଜୁଲାଇ ୨୬ରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢ଼ା ଆରମ୍ଭ ହେବ । ଅଗଷ୍ଟରେ ନବମ ଶ୍ରେଣୀ ପିଲାଙ୍କର ପାଠପଢ଼ା ପାଇଁ ବ୍ୟବସ୍ଥା କରାଯିବ ।
ଜୁଲାଇ ୨୬ରେ ସ୍କୁଲ ଖୋଲିବା ପାଇଁ ଘୋଷଣା ହୋଇଥିବାବେଳେ କୋଭିଡ଼ ଗାଇଡ଼ଲାଇନ ପାଳନ କରାଯିବ । ଯଦି ସବୁ ଠିକଠାକ ଚାଲେ ତେବେ ଅଗଷ୍ଟ ୧୬ରୁ ନବମ ଶ୍ରେଣୀର ଛାତ୍ରଛାତ୍ରୀମାନେ ସ୍କୁଲ ଯିବେ । ସେହିପରି ସେପ୍ଟେମ୍ବର ୧୫ରୁ ଏକାଦଶ ଶ୍ରେଣୀ ପାଠପଢ଼ା ଆରମ୍ଭ ପାଇଁ ଯୋଜନା କରାଯିବ ବୋଲି ସଚିବ ଶ୍ରୀ ସାହୁ କହଛନ୍ତି ।
ଏନେଇ ସୂଚନା ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ କହିଛନ୍ତିଯେ, ମାଟି୍ରକ ପରୀକ୍ଷା ପାଇଁ ୧୫୧୧୫ ଜଣ ଫର୍ମ ପୂରଣ କରିଛନ୍ତି । ଗଞ୍ଜାମରୁ ସର୍ବାଧିକ ୧୩୧୫ ଜଣ ଫର୍ମପୂରଣ କରିଥିବାବେଳେ ଦେବଗଡ଼ରେ ସର୍ବନିମ୍ନ ୮୬ ଜଣ ଫର୍ମପୂରଣ କରିଛନ୍ତି । ୧୮ଟି ଜିଲାରେ ୫୦୦ରୁ କମ ଓ ୧୨ ଜିଲ୍ଲାରେ ୫୦୦ରୁ ଅଧିକ ପିଲା ଆବେଦନ କରିଛନ୍ତି । ଅଗଷ୍ଟ ୨୨ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ ।
Powered by Froala Editor