ପ୍ରବଳ ବର୍ଷା: ପୁଣି ଥରେ ମାଙ୍କଡ଼ଝୋଲା ରାସ୍ତା ତଳୁ ଧସିଲା ମାଟି
ଭୁବନେଶ୍ବର: ବଣ୍ଡାଘାଟି ଅଞ୍ଚଳକୁ ଯାତାୟାତ କରିବା ଆଉଥରେ ବିପଦପୂର୍ଣ୍ଣ ହୋଇଛି। ଖଇରପୁଟ ବ୍ଲକ ସଦର ମହକୁମାରୁ ବଣ୍ଡାଘାଟିକୁ ଯାଇଥିବା ମୁଖ୍ୟ ରାସ୍ତା ମାଙ୍କଡ଼ଝୋଲା ନିକଟରେ ପୁଣିଥରେ ରାସ୍ତା ତଳୁ ମାଟି ଧସିଛି। ଗତ କିଛିଦିନ ଧରି ଅନବରତ ପ୍ରବଳ ବର୍ଷା କାରଣରୁ ପାହାଡ଼ରୁ ଆସୁଥିବା ବର୍ଷାଜଳ ସିଧାସଳଖ ରାସ୍ତା ଉପରେ ପଡୁଥିବାରୁ ରାସ୍ତାର ତଳଭାଗ ଅତଡା ଧସିଛି। ରାସ୍ତାର ଏକାଧିକ ଅଂଶ ଦୁର୍ବଳ ହୋଇପଡ଼ିଥିବାରୁ ଯାତାୟାତ ସ୍ବାଭାବିକ ରହିପାରୁନି। ଖବର ପାଇ ଖଇରପୁଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉମାଶଙ୍କର କୋୟା ଓ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି।
Powered by Froala Editor