ପୁଣି କଳିଙ୍ଗାଘାଟିରେ ଭୂସ୍ଖଳନ
ପୁଣି ବାଦଲ ଫଟା ବର୍ଷାରେ କଳିଙ୍ଗା ଘାଟି ରାସ୍ତା ଧୋଇ ହୋଇଯାଇଛି। ଗତ ୧୬ ତାରିଖ ମଧ୍ୟାହ୍ନରେ ଭୂସ୍ଖଳନ ହୋଇଥିଲା। ସୋମବାର ପ୍ରବଳ ବାଦଲ ଫଟା ବର୍ଷାରେ ପୂର୍ବରୁ ଭୂସ୍ଖଳନ ହୋଇଥିବା ସ୍ଥାନ ମରାମତି ଚାଲିଥିବାବେଳେ ତାହା ମଧ୍ୟ ଧୋଇଯାଇଛି। ପାହାଡରୁ ପ୍ରବଳ ବର୍ଷା ପାଣି ଆସିବାରୁ ନିର୍ମାଣ ଲାଗି ପଡିଥିବା ପଥର , ବାଲି ଏବଂ ଗୋଡି ଧୋଇ ହୋଇଯାଇଛି।
ଗତ ସେପ୍ଟେମ୍ବର ୧୬ ତାରିଖରେ କନ୍ଧମାଳ ଜିଲା ଜି. ଉଦୟଗିରି ଥାନା ଅନ୍ତର୍ଗତ କଳିଙ୍ଗା ଘାଟିରେ ଭୂସ୍ଖଳନ ଘଟିଥିଲା। ପ୍ରବଳ ବର୍ଷା ଯୋଗୁ ପାହାଡ଼ରୁ ମାଟି ଅତଡ଼ା ଏବଂ ପଥର ଖଣ୍ଡ ଧସିଯାଇଥିଲା। ଫଳରେ କନ୍ଧମାଳରୁ ଗଞ୍ଜାମକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ଭୂସ୍ଖଳନ ଯୋଗୁଁ କଳିଙ୍ଗା ଘାଟିରେ ବହୁ ଗାଡ଼ିମୋଟର ଫସି ରହିଥିଲା। ସେପ୍ଟେମ୍ବର ୧୮ ତାରିଖରେ ୩ ବରିଷ୍ଠ ଅଧିକାରୀ ଘଟଣାସ୍ଥଳକୁ ଯାଇ ସ୍ଥିତି ସମୀକ୍ଷା କରିଥିଲେ। ଏହାପରେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ ଚାଲିଥିଲା। ମାତ୍ର ସୋମବାର ପୁର୍ନବାର ବାଦଲ ଫଟା ବର୍ଷା ନିର୍ମାଣ ଲାଗି ପଡିଥିବା ପଥର , ବାଲି ଏବଂ ଗୋଡି ସବୁକୁ ଧୋଇନେଇଯାଇଛି। ମରାମତି କାର୍ଯ୍ୟରେ ନିୟୋଜିତ ମେଶିନ, ହାଇଓ୍ବା ଆଉ ମରାମତି ପାଇଁ ସାମଗ୍ରୀ ନେଇ ଉକ୍ତ ସ୍ଥାନରେ ପହଞ୍ଚିବା ଏକ ପ୍ରକାର ଠପ୍ ହୋଇଯାଇଛି।
Powered by Froala Editor