୨୭ ରେ ଝାରସୁଗୁଡାକୁ ଆସିବେ ମୋଦି, ଜାଗା ପରିଦର୍ଶନ କଲେ ରାଜ୍ୟ ସଭାପତି
ସମ୍ବଲପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ୨୭ ତାରିଖରେ ଓଡିଶା ଗସ୍ତରେ ଆସୁଥିବା ବେଳେ ବ୍ରହ୍ମପୁର ଠାରେ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାର ସୂଚନା ମିଳିଥିଲା । ହେଲେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ମୋଦୀ ୨୭ ରେ ଝାରସୁଗୁଡାକୁ ଆସିବେ ବୋଲି ଜଣାପଡିଛି । ରବିବାର ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ରାଜ୍ୟ ସଚିବ ମାନସ ମହାନ୍ତି ସମ୍ବଲପୁର ଗସ୍ତରେ ଆସିଥିବା ବେଳେ ଅପରାହ୍ନରେ ଝାରସୁଗୁଡା ଗସ୍ତରେ ଯାଇଥିଲେ । ଏଥିସହ ଝାରସୁଗୁଡା ବିମାନବନ୍ଦର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଯେଉଁ ପଡିଆରେ ଜନତାଙ୍କୁ ସମ୍ବୋଧନ କରିବେ, ଉକ୍ତ ପଡିଆକୁ ମଧ୍ୟ ରାଜ୍ୟ ସଭାପତି ପରିଦର୍ଶନ କରିଥିଲେ ।
Powered by Froala Editor