ହୀରାକୁଦର ୨ଟି ଗେଟ ବନ୍ଦ ହେଲା

ସମ୍ବଲପୁର: ଶନିବାର ହୀରାକୁଦ ଡ୍ୟାମର ଖୋଲା ଥିବା ୨ଟି ଯାକ ଗେଟକୁ ବନ୍ଦ କରିଦିଆଯାଇଛି । ସୂଚନାଯୋଗ୍ୟ ଯେ, ଗତ ୧୧ ତାରିଖରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ପାଇଁ ୨ଟି ଗେଟ ଖୋଲା ଯାଇଥିଲା ।
ତେବେ ଉପର ମୁଣ୍ଡରେ ବର୍ଷାର ପରିମାଣ ହ୍ରାସ ପାଇଥିବାରୁ ଗେଟକୁ ବନ୍ଦ କରି ଦିଆଯାଇଛି । ହୀରାକୁଦ ଡ୍ୟାମର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ହୋଇଥିବା ବେଳେ ବର୍ତ୍ତମାନ ଏହା ୬୦୬.୬୨ ଫୁଟ ରହିଛି ।
ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଉପର ମଣ୍ଡରୁ ଜଳ ଭଣ୍ଡାରକୁ ସେକେଣ୍ଡ ପ୍ରତି ୯୨୫୫ ଘନଫୁଟ ଜଳ ପ୍ରବେଶ କରୁଥିବା ସୂଚନା ମିଳିଛି ।
Powered by Froala Editor